ବନ୍ଦ ହେବ ଟାଟା ନାନୋ ? ସେପ୍ଟେମ୍ବର ସୁଦ୍ଧା କୌଣସି ଉତ୍ପାଦନ ହୋଇନାହିଁ, ମାତ୍ର ଗୋଟିଏ ବିକ୍ରି ହୋଇଛି

ମୁମ୍ବାଇ : ଦିନେ ଭାରତୀୟ ବଜାରରେ ଚହଳ ସୃଷ୍ଟି କରିଥିବା ସବୁଠାରୁ ଶସ୍ତା କାର ଟାଟା ନାନୋ ଏବେ ଭାରତୀୟ ବଜାରରେ ଅଲୋଡା ହୋଇପଡିଛି । ବଜାରରେ ଏହି କାରକୁ କିଣିବାକୁ କେହି ଚାହୁଁନାହାନ୍ତି । ଗତ ଜାନୁୟାରୀ ଠାରୁ ସେପ୍ଟେମ୍ବର ମାସ ସୁଦ୍ଧା ସାରା ଦେଶରେ ମାତ୍ର ଗୋଟିଏ ନାନୋ କାର ବିକ୍ରି ହୋଇଛି । ଏହି ଏକମାତ୍ର ନାନୋ କାରଟି ଗତ ଫେବ୍ରୁଆରୀ ମାସରେ ବିକ୍ରି ହୋଇଥିଲା । ତାପରଠାରୁ କେହି ଗ୍ରାହକ ନାନୋ କିଣିନାହାନ୍ତି । ବଜାରରେ ଚାହିଦା ନଥିବାରୁ ଟାଟା ମୋଟର୍ସ ଗତ ୯ ମାସ ମଧ୍ୟରେ ନିଜର ସାନନ୍ଦ (ଗୁଜୁରାଟ) ପ୍ଲାଣ୍ଟରୁ କୌଣସି ନାନୋ କାର ଉତ୍ପାଦନ ହୋଇନାହିଁ ।

ତେବେ ଚାହିଦା ନଥିବା ସତ୍ତ୍ୱେ ନାନୋର ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ କରିବା ବିଷୟରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା କରିନାହିଁ ଟାଟା ମୋଟର୍ସ । ଆସନ୍ତା ୨୦୨୦ଏପ୍ରିଲରୁ ଦେଶରେ ବିଏସ-୬ ପ୍ରଦୂଷଣ ମାନଦଣ୍ଡ ଲାଗୁ ହେଉଥିବେଳେ କମ୍ପାନି ନାନୋରେ ଏଥିପାଇଁ ଆଉ ନିବେଶ କରିବାକୁ ଚାହୁଁନାହିଁ । ଏଣୁ ୨୦୨୦ରୁ ନାନୋ ଉତ୍ପାଦନ ବନ୍ଦ ହେବାର ସମ୍ଭାବନା ରହିଛି ।  ରତନ ଟାଟାଙ୍କ ସ୍ୱପ୍ନର ପ୍ରକଳ୍ପ ନାନୋ ୨୦୦୮ ଫେବ୍ରୁଆରୀ ମାସରେ ଭାରତରେ ଲଞ୍ଚ ହୋଇଥିଲା ।

ସମ୍ବନ୍ଧିତ ଖବର