ବନ୍ଦ ହେବ ଟାଟା ନାନୋ ? ଗତ ୬ ମାସରେ କୌଣସି ଉତ୍ପାଦନ ହୋଇନାହିଁ

ମୁମ୍ବାଇ : ଦିନେ ଭାରତୀୟ ବଜାରରେ ଚହଳ ସୃଷ୍ଟି କରିଥିବା ସବୁଠାରୁ ଶସ୍ତା କାର ଟାଟା ନାନୋ ଏବେ ଭାରତୀୟ ବଜାରରେ ଅଲୋଡା ହୋଇପଡିଛି । ବଜାରରେ ଏହି କାରକୁ କିଣିବାକୁ କେହି ଚାହୁଁନାହାନ୍ତି । ଗତ ଜାନୁୟାରୀ ଠାରୁ ଆଜି ସୁଦ୍ଧା ସାରା ଦେଶରେ ମାତ୍ର ଗୋଟିଏ ନାନୋ କାର ବିକ୍ରି ହୋଇଛି । ବଜାରରେ ଚାହିଦା ନଥିବାରୁ ଟାଟା ମୋଟର୍ସ ଗତ ୬ ମାସ ମଧ୍ୟରେ ନିଜର ସାନନ୍ଦ (ଗୁଜୁରାଟ) ପ୍ଲାଣ୍ଟରୁ କୌଣସି ନାନୋ କାର ଉତ୍ପାଦନ ହୋଇନାହିଁ । ତେବେ ଚାହିଦା ନଥିବା ସତ୍ତ୍ୱେ ନାନୋର ଉତ୍ପାଦନ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି କମ୍ପାନି କହିଛି । କେବଳ ଚାହିଦା ଯେତିକି ରହୁଛି ସେତିକି ନାନୋ ଉତ୍ପାଦନ କରାଯାଉଛି । ଆସନ୍ତା ୨୦୨୦ଏପ୍ରିଲରୁ ଦେଶରେ ବିଏସ-୬ ପ୍ରଦୂଷଣ ମାନଦଣ୍ଡ ଲାଗୁ ହେଉଥିବେଳେ କମ୍ପାନି ନାନୋରେ ଏଥିପାଇଁ ଆଉ ନିବେଶ କରିବାକୁ ଚାହୁଁନାହିଁ । ଏଣୁ ୨୦୨୦ରୁ ନାନୋ ଉତ୍ପାଦନ ବନ୍ଦ ହେବାର ସମ୍ଭାବନା ରହିଛି । ନାନୋ ୨୦୦୮ ଫେବ୍ରୁଆରୀ ମାସରେ ଭାରତରେ ଲଞ୍ଚ ହୋଇଥିଲା । ଏହା ରତନ ଟାଟାଙ୍କ ସ୍ୱପ୍ନର ପ୍ରକଳ୍ପ ଥିଲା ।

ସମ୍ବନ୍ଧିତ ଖବର