ନୂଆ ବୀମା ଉତ୍ପାଦ ପାଇଁ ଅନୁମତି ଦରକାର ନାହିଁ

ନୂଆଦିଲ୍ଲୀ: ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ଆଇଆରଡିଏଆଇ) ଆଜି ସ୍ପଷ୍ଟ କରିଛି ଯେ ବୀମା କଂପାନିଗୁଡ଼ିକ ଏହାର ଆଗୁଆ ଅନୁମତି ନଦେଇ ଜୀବନ ବୀମା ଉତ୍ପାଦ ଆଣିପାରିବେ। ସ୍ବାସ୍ଥ୍ୟ ବୀମା ଓ ସାଧାରଣ ବୀମା ପଲିସି ପାଇଁ ଏହି ସୁବିଧା ୧୦ ଦିନ ପୂର୍ବରୁ ଦିଆଯାଇଥିଲା। ଏବେ ଜୀବନ ବୀମା ଲାଗି ସେହି ସୁବିଧା ପ୍ରଦାନ କରାଯାଇଛି। ବୀମା କଂପାନିଗୁଡ଼ିକ ଏବେ ନୂଆ ଜୀବନ ବୀମା ପଲିସିଗୁଡ଼ିକୁ ବିନା ଅନୁମତିରେ ବଜାରରେ ବିକ୍ରି କରିପାରିବେ ଓ ପଲିସି ସଂକ୍ରାନ୍ତ ଦସ୍ତାବିଜ ଆଇଆରଡିଏଆଇ ନିକଟରେ ପରବର୍ତ୍ତୀ ସମୟରେ ଦାଖଲ କରିପାରିବେ। ଆଇଆରଡିଏଆଇ ଭାବୁଛି ଯେ ଭାରତୀୟ ବୀମା ବଜାର ବେଶ ପରିପକ୍ବ ହୋଇସାରିଛି, ତେଣୁ ସବୁ ନୂଆ ଉତ୍ପାଦ ପାଇଁ ଆଗୁଆ ଅନୁମତି ଦରକାର ନାହିଁ।

ସମ୍ବନ୍ଧିତ ଖବର