ନୂଆଦିଲ୍ଲୀ: ଦେଶରେ ଥିବା ୨୩ଟି ଜୀବନ ବୀମା କଂପାନି ପାଖରେ ୧୫,୧୬୭ କୋଟି ଟଙ୍କା ପଡ଼ିରହିଛି। ପଲିସିଧାରକଙ୍କ ଏହି ଅର୍ଥରାଶିର କେହି ଦାବିଦାର ନାହାନ୍ତି। ଭାରତୀୟ ବୀମା ନିୟାମକ ଓ ବିକାଶ କର୍ତୃପକ୍ଷ (ଆଇଆର୍ଡିଏଆଇ) ତରଫରୁ ଏହି ତଥ୍ୟ ଜାରି କରାଯାଇଛି। ଦାବିଦାର ନଥିବା ମୋଟ ବୀମା ରାଶି ମଧ୍ୟରୁ ସର୍ବାଧିକ ୧୦, ୫୦୯ କୋଟି ଟଙ୍କା ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି) ପାଖରେ ପଡ଼ିରହିଛି। ଅନ୍ୟ ୨୨ଟି କଂପାନି ପାଖରେ ୪୬୦୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ପଡ଼ିରହିଛି। ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନ୍୍ସ୍ୟୁରାନ୍ସ ପାଖରେ ୮୦୭.୪ କୋଟି ଟଙ୍କା, ରିଲାଏନ୍ସ ନିପନ୍ ଲାଇଫ୍ ଇନ୍ସ୍ୟୁରାନ୍ସରେ ୬୯୬ କୋଟି ଟଙ୍କା, ଏସ୍ବିଆଇ ଲାଇଫ୍ ଇନ୍ସ୍ୟୁରାନ୍ସରେ ୬୭୮ କୋଟି ଟଙ୍କା ଓ ଏଚ୍ଡିଏଫ୍ସି ଷ୍ଟାଣ୍ଡାର୍ଡ ଲାଇଫ୍ ଇନ୍ସ୍ୟୁରାନ୍ସ ପାଖରେ ୬୫୯ କୋଟି ଟଙ୍କା ପଡ଼ିରହିଛି। ଏସବୁ ଅର୍ଥରାଶିର ପ୍ରକୃତ ହିତାଧିକାରୀ ଓ ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ଖୋଜି ସେମାନଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବା ପାଇଁ ବୀମା କଂପାନିଗୁଡ଼ିକୁ କୁହାଯାଇଛି। ଏହା ସହିତ ନିଜ େଓ୍ଵବସାଇଟ୍ରେ ସର୍ଚ ସୁବିଧା ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି। ନିଜର କିଛି ଟଙ୍କା ବୀମା କଂପାନି ପାଖରେ ପଡ଼ିରହିଛି ନା ନାହିଁ ତାହା ଜାଣିବା ପାଇଁ ଲୋକମାନେ ସେହି ସର୍ଚ ସୁବିଧାକୁ ବ୍ୟବହାର କରିପାରିବେ। ଲୋକମାନେ ପଲିସି ନମ୍ବର, ପଲିସିଧାରକଙ୍କ ପାନ୍ କାର୍ଡ ନମ୍ବର, ଜନ୍ମ ତାରିଖ କିମ୍ବା ଆଧାର ନମ୍ବର ଆଦି ବିବରଣୀ ଦେଇ କଂପାନି େଓ୍ଵବସାଇଟ୍୍ରେ ସର୍ଚ କରିପାରିବେ। ବୀମା କଂପାନିଗୁଡ଼ିକ ପ୍ରତି ଛଅ ମାସରେ ଥରେ ଲେଖାଏଁ ଦାବିଦାର ନଥିବା ବୀମା ରାଶିର ତଥ୍ୟକୁ େଓ୍ଵବସାଇଟ୍ରେ ଅପ୍ଡେଟ୍ କରନ୍ତି।
କେଉଁ କଂପାନିରେ କେତେ
କଂପାନି ନାମ କୋଟି ଟଙ୍କା
ଏଲ୍ଆଇସି ୧୦୫୦୯
ଆଇସିଆଇସିଆଇ ଲାଇଫ୍ ୮୦୭
ରିଲାଏନ୍ସ ଲାଇଫ୍ ୬୯୬
ଏସ୍ବିଆଇ ଲାଇଫ୍ ୬୭୮
ଏଚ୍ଡିଏଫ୍ସି ଷ୍ଟାଣ୍ଡାର୍ଡ ଲାଇଫ୍ ୬୫୯
ବିର୍ଲା ସନ୍ଲାଇଫ୍ ୨୫୨
ପିଏନ୍ବି ମେଟ୍ଲାଇଫ୍ ୨୦୩
ଅଭିଭା ଲାଇଫ୍ ୧୯୦
ଟାଟା ଲାଇଫ୍ ୧୩୪
ଭାରତୀ ଲାଇଫ୍ ୭୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/BV-Acharya-83.jpg)