ନୂଆଦିଲ୍ଲୀ: ପୁରୁଣା ପେନ୍‌ସନ୍‌ ସ୍କିମ୍ ଲାଗୁ କରିବା ଲାଗି ଆମର କୌଣସି ଯୋଜନା ନାହିଁ ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭଗବତ କରାଡ଼ ସଂସଦରେ କହିଛନ୍ତି। ଏହି ସ୍କିମ୍‌କୁ ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସରକାର ପୁଣି ଥରେ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସେ ବିଷୟରେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଜଣାଇଛନ୍ତି। ନୂଆ ପେନ୍‌ସନ୍ ସ୍କିମ୍‌ (ଏନ୍‌ପିଏସ୍‌)ରେ ଯେଉଁ ପାଣ୍ଠି ଜମା କରାଯାଇଛି ତାହାକୁ ଫେରାଇବା ଲାଗି ଏହି ରାଜ୍ୟଗୁଡ଼ିକ ଦାବି କରିଛନ୍ତି ‌େବାଲି ମନ୍ତ୍ରୀ ଶ୍ରୀ କରାଡ଼ କହିଛନ୍ତି।