ଦେଶରେ ପେଟ୍ରୋଲ,ଡିଜେଲ ଯାନଗୁଡ଼ିକୁ ନିଷିଦ୍ଧ କରାଯିବ ନାହିଁ : ଗଡ଼କରୀ

ନୂଆଦିଲ୍ଲୀ : ଦେଶରେ ଅଟୋମୋବାଇଲ ଉଦ୍ୟୋଗ ଏବେ ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି । ଏହା ଫଳରେ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଛଟେଇ ହୋଇସାରିଲେଣି, ଆଗକୁ ମଧ୍ୟ ଆହୁରି ଛଟେଇ ହେବାର ସମ୍ଭାବନା ଦେଖାଦେଇଛି । ଏହାକୁ ନେଇ ସରକାରଙ୍କ ମୁଣ୍ଡବ୍ୟଥା ବଢିଯାଇଛି । ଏଥିପାଇଁ ଆଗାମୀ କିଛି ବର୍ଷରେ ପେଟ୍ରୋଲ-ଡିଜେଲ ଯାନ ନିଷିଦ୍ଧ କରିବାକୁ ଲକ୍ଷ୍ୟ ରଖିଥିବା ସରକାର ନିଜ ଆଭିମୁଖ୍ୟକୁ ନରମ କରିଛନ୍ତି । କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଆଜି କହିଛନ୍ତି ଯେ ସରକାର ହଠାତ ପେଟ୍ରୋଲ ଓ ଡିଜେଲ ଗାଡିଗୁଡ଼ିକୁ ନିଷିଦ୍ଧ କରିବେ ନାହିଁ । ଏପ୍ରକାରର ଗାଡ଼ି ସହିତ ବିକଳ୍ପ ଇନ୍ଧନ ବିଶିଷ୍ଟ ଗାଡ଼ି ଯେପରିକି ଇଲେକ୍ଟ୍ରିକ ଗାଡି ଓ ହାଇବ୍ରିଡ ଗାଡିଗୁଡ଼ିକୁ ମଧ୍ୟ ସୁଯୋଗ ଦିଆଯିବ । ସରକାର ହଠାତ ପେଟ୍ରୋଲ, ଡିଜେଲ ଗାଡିଗୁଡ଼ିକୁ ନିଷିଦ୍ଧ କଲେ ଅଟୋମୋବାଇଲ ଓ ତୈଳ ଶିଳ୍ପଗୁଡ଼ିକ ଦେବାଳିଆ ହୋଇଯିବେ ।

photo-oneindia

ଜୁଲାଇ ମାସରେ ଭାରତରେ କାର ବିକ୍ରି ପରିମାଣ ୩୦.୯୮ ପ୍ରତିଶତ ହ୍ରାସ ପାଇ ୨୦୦,୭୯୦ ରେ ପହଞ୍ଚିଛି । ସେହିପରି ବାଣିଜ୍ୟିକ ଯାନ ବିକ୍ରି ୨୫.୭୧ ପ୍ରତିଶତ ହ୍ରାସ ପାଇ ୫୬,୮୬୬ ରେ ପହଞ୍ଚିଛି ବୋଲି ଭାରତୀୟ ଅଟୋମୋବାଇଲ ସଂଘ (ସିଆମ) ପକ୍ଷରୁ କୁହାଯାଇଛି । ସେହିପରି ଏପ୍ରିଲ-ଜୁଲାଇ ୪ ମାସରେ ଯାତ୍ରୀବାହୀ ଯାନ ବିକ୍ରି ୨୧.୫୬ ପ୍ରତିଶତ ହ୍ରାସ ପାଇଛି । କ୍ରମାଗତ ଭାବେ ବିକ୍ରି ହ୍ରାସ ପାଉଥିବାରୁ ଅଟୋମୋବାଇଲ ଉଦ୍ୟୋଗକୁ ଜିଏସଟି ରିହାତି ପ୍ରଦାନ ପାଇଁ ସଂଘ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନିକଟରେ ଅନୁରୋଧ କରିଛି ।

ସମ୍ବନ୍ଧିତ ଖବର