ରେଳବାଇର ଘରୋଇକରଣ ପ୍ରସ୍ତାବ ନାହିଁ: ମନ୍ତ୍ରୀ

ନୂଆଦିଲ୍ଲୀ : ରେଳବାଇର ଘରୋଇକରଣ କରିବା ଲାଗି କୌଣସି ପ୍ରସ୍ତାବ ନାହିଁ ବୋଲି ସଂସଦରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି। ଲୋକସଭାରେ ଲିଖିତ ଉତ୍ତର ଦେଇ ସେ ଜଣାଇଛନ୍ତି ଯେ ରେଳବାଇରେ ୧୧ ଲକ୍ଷ ୭୫ ହଜାର ୯୨୫ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହାର ଘରୋଇକରଣ କରିବାର କୌଣସି ଯୋଜନା ନାହିଁ।

ତେବେ କିଛି କାର୍ଯ୍ୟ ଯଥା ନେଟ୍‌ୱର୍କ ସମ୍ପ୍ରସାରଣ, ଲୋକୋମୋଟିଭ୍ କାରଖାନା ସ୍ଥାପନ, ରେଳ ୱାଗନ ଯୋଡ଼ିବା, ଷ୍ଟେସନ ବିକାଶ, ‌ମାଲ୍‌ ଟର୍ମିନାଲ୍ ନିର୍ମାଣ କରିବା ଆଦି କେତେକ କାର୍ଯ୍ୟକୁ ଘରୋଇ ସରକାରୀ ସହଭାଗିତା (ପିପିପି) ମାଧ୍ୟମ‌ରେ କରାଯାଉଛି। ସେବାର ମାନରେ ଉନ୍ନତି ଆଣିବା ଲାଗି ଷ୍ଟେସନ ସଫେଇ, ଶୌଚାଳୟ, ରିଟାୟାରିଂ ରୁମ୍‌, ପାର୍କିଂ ଆଦିର ପରିଚାଳନା କାର୍ଯ୍ୟର ଆଉଟ୍‌ସୋର୍ସିଂ କରାଯାଇଛି। କୌଣସି ସିଡ୍ୟୁଲ୍‌ଡ ନିୟମିତ ଯାତ୍ରୀବାହୀ ଟ୍ରେନ୍‌ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯାଇନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର