ଦେଶରେ ଗହମର ଅଭାବ ନାହିଁ : କେନ୍ଦ୍ର କୃଷିମନ୍ତ୍ରୀ

ନୂଆଦିଲ୍ଲୀ : ଗହମ ରପ୍ତାନି ବନ୍ଦ ସଂପର୍କରେ ମୁହଁ ଖୋଲିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଗହମ ରପ୍ତାନି ବନ୍ଦର ଅର୍ଥ ନୁହେଁ ଯେ ଦେଶରେ ଗହମର ଅଭାବ ରହିଛି । ଦେଶରେ ଗହମର ଅଭାବ ନାହିଁ, କିନ୍ତୁ ବିଦେଶକୁ ପ୍ରଚୁର ପରିମାଣରେ ଗହମ ରପ୍ତାନିକୁ ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସେ କହିଛନ୍ତି ଯେ ଆମ ପାଇଁ ଜାତୀୟ ସ୍ବାର୍ଥ ସର୍ବୋପରି । ଏହି କାରଣରୁ ଦେଶରେ ଗହମର ଅଭାବ ନାହିଁ । କିନ୍ତୁ ବଜାରରେ ଏକ ଭାରସାମ୍ୟ ରକ୍ଷା କରିବାକୁ ଓ ବିଦେଶକୁ ପ୍ରଚୁର ପରିମାଣରେ ଗହମ ରପ୍ତାନିକୁ ବନ୍ଦ କରିବାକୁ ସରକାର ଏହି ନିଷେଧାଜ୍ଞା ଲଗାଇଛନ୍ତି । ଆମକୁ ଦେଶର ଚାହିଦାକୁ ଆଗ ପୂରଣ କରିବାକୁ ହେବ ।

ଭାରତ ସରକାର  ଗତ ମେ ୧୪ରେ ଗହମ ରପ୍ତାନି ଉପରେ କଟକଣା ଲଗାଇଥିଲେ । ଦେଶରେ ଗହମର ଦରବୃଦ୍ଧିକୁ ରୋକିବାକୁ ଓ ଉପଲବ୍ଧତା ନିଶ୍ଚିତ କରିବାକୁ ସରକାର ଏହି ପଦକ୍ଷେପ ନେଇଥିଲେ । ତେବେ ଜି-୭ ଦେଶ ସମେତ ବିଶ୍ବର କେତେକ ପ୍ରମୁଖ ଦେଶ ରପ୍ତାନି କଟକଣା ଉଠାଇବାକୁ ଭାରତକୁ ଅନୁରୋଧ କରିଥିଲେ ।

ଦୁଇଦିନ ତଳେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ କହିଥିଲେ ଯେ ଗହମ ରପ୍ତାନି ଉପରେ ସରକାର ଲଗାଇଥିବା କଟକଣା ଉଠାଇବାର କୌଣସି ସମ୍ଭାବନା ନାହିଁ । ତେବେ ବିଭିନ୍ନ ଦେଶର ସରକାରଙ୍କ ସହ ହୋଇଥିବା ଚୁକ୍ତି ଅନୁଯାୟୀ ଗହମ ଯୋଗାଣ ଜାରି ରହିବ ।

 

ସମ୍ବନ୍ଧିତ ଖବର