େଓ୍ଵଟିଂ ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପଡ଼ିବ ମହଙ୍ଗା,ଟ୍ରେନ୍‌ରେ ରହିବେ ନାହିଁ ଟିଟିଇ

ନୂଆଦିଲ୍ଲୀ: ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା। କିଛିଦିନ ମଧ୍ୟରେ ରେଳରେ ଯାତ୍ରା କରୁଥିବା ସମୟରେ ଆଉ ଟିଟିଇ ଦେଖାଯିବେ ନାହିଁ। ରେଳବାଇ ପ୍ରଚଳିତ ବ୍ୟବସ୍ଥାରେ ପରିବର୍ତ୍ତନ ଓ ସଂଶୋଧନ କରିବାକୁ ଯାଇ କହିଛି, ଏଣିକି ଯାତ୍ରା ସମୟରେ ଯାତ୍ରୀଙ୍କ ଟିକେଟ ଯାଞ୍ଚ ଆଉ ଟିଟିଇ କରିବେ ନାହିଁ। ଏହି ବ୍ୟବସ୍ଥା କେତେଟି ସ୍ୱତନ୍ତ୍ର ଟ୍ରେନ୍‌ରେ ଲାଗୁ କରାଯାଇଛି।

ଖୁବ୍‌ ଶୀଘ୍ର ମୁମ୍ବାଇ ଲୋକାଲ ଟ୍ରେନ୍‌ରେ ଟିକେଟ ଯାଞ୍ଚ ପାଇଁ ଟିଟିଇ ଡିୟୁଟିରେ ନଜର ଆସିବେ ନାହିଁ। ଟିଟିଇଙ୍କ ପରିବର୍ତ୍ତେ ଫ୍ଲାଇଙ୍ଗ ସ୍କ୍ଵାର୍ଡ ରହିବେ। ସ୍କ୍ଵାଡ୍‌ ଟିକେଟ ଯାଞ୍ଚ କରିବ । ଏଭଳି ବ୍ୟବସ୍ଥା ଦ୍ୱାରା ରେଲବାଇ ଟିଟିଇଙ୍କ ସଂଖ୍ୟା ହ୍ରାସ କରିବାକୁ ଯୋଜନା କରୁଛି ରେଳବାଇ।

ଅନ୍ୟପକ୍ଷରେ ରେଲେଓ୍ଵରେ େଓ୍ଵଟିଙ୍ଗ ଟିକେଟ କାଟୁଥିବା ଯାତ୍ରୀଙ୍କ ପାଇଁ ବି ସୂଚନା ଜାରି କରାଯାଇଛି। ଖୁବ୍‌ ଶୀଘ୍ର ଟ୍ରେନ୍‌ର ଏସି ଓ ସ୍ଲିପର କୋଚରେ େଓ୍ଵଟିଙ୍ଗ ଟିକେଟରେ ଯାତ୍ରୀ ଯାତ୍ରା କରି ପାରିବେ ନାହିଁ। ଏଭଳି କରିବା ଦ୍ୱାରା ଯେଉଁ ଯାତ୍ରୀ ଧରାପଡ଼ିବେ ସେମାନଙ୍କ ଠାରୁ ଜରିମାନା ଆଦାୟ ହେବା ସହିତ ଷ୍ଟେସନ୍‌ରେ ଓହ୍ଲାଇ ଦିଆଯିବ।

ଏଯାବତ୍‌ ରେଲବାଇ ନିୟମ ମୁତାବକ, ଅନ୍‌ଲାଇନ୍‌ େଓ୍ଵଟିଙ୍ଗ ଟିକେଟରେ ଥିବା ଯାତ୍ରୀଙ୍କୁ ଯାତ୍ରା କରିବାର ଅଧିକାର ନ ଥିଲା। ରେଳବାଇ ଉଇଣ୍ଡୋ େଓ୍ଵଟିଙ୍ଗ ଟିକେଟରେ ଯାତ୍ରୀ ଟିକେଟ ସୁନିଶ୍ଚିତ ନ କରି ମଧ୍ୟ ଟ୍ରେନ୍‌ରେ ଯାତ୍ରା କରିପାରୁଥିଲେ।

ରେଳବାଇ ଏହି ବ୍ୟବସ୍ଥା କେତେଟି ସ୍ୱତନ୍ତ୍ର ଟ୍ରେନ୍‌ ପାଇଁ ଲାଗୁ କରିଥିବା ବେଳେ ଧୀରେଧୀରେ ସମସ୍ତ ଟ୍ରେନ୍‌ରେ ଏହି ନିୟମ ଜାରି କରାଯିବ। ରେଳବାଇ ଟିଟିଇ ସଂଖ୍ୟା ହ୍ରାସ କରିବା ସହିତ ନୂତନ ଟିଟିଇ ଭର୍ତ୍ତିକୁ ବି ବନ୍ଦ କରିଦେଇଛି। ଏହି ପଦକ୍ଷେପ ଦ୍ୱାରା ଲୋକମାନଙ୍କୁ ସରପ୍ରାଇଜ ଯାଞ୍ଚର ଭୟ ରହିବ, ଯଦ୍ୱାରା େଓ୍ଵଟିଙ୍ଗ ଟିକେଟରେ ଯାତ୍ରୀଙ୍କ ସଂଖ୍ୟା ବି ହ୍ରାସ ପାଇବ।

ସମ୍ବନ୍ଧିତ ଖବର