ଖ୍ରୀଷ୍ଟମାସ ଉପଲକ୍ଷେ ଫ୍ଲିପକାର୍ଟ, ଆମାଜନରେ ଚାଲିଛି  ନଂ-୧ ଏମଆଇ ଫ୍ୟାନ ଅଫର, ଏମଆଇ ଫୋନ ଉପରେ ମିଳୁଛି ଆକର୍ଷଣୀୟ ରିହାତି

ନୂଆଦିଲ୍ଲୀ :   ଫ୍ଲିପ୍‌କାର୍ଟ ପକ୍ଷରୁ  ଖୀଷ୍ଟମାସ ଅବସରରେ ସ୍ୱତନ୍ତ୍ର ଅଫର ଘୋଷଣା କରାଯାଇଛି। କମ୍ପାନି ପକ୍ଷରୁ ନଂ-୧ ଏମଆଇ ଫ୍ୟାନ ଅଫର ଆରମ୍ଭ କରାଯାଇଛି । ଏହା ୧୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ୨୧ ତାରିଖ ପର୍ଯ୍ୟନ୍ତ  ଚାଲିବ । ଏହି ଅଫର ମାଧ୍ୟମରେ ଏମଆଇ ଫୋନ, ଟିଭି ଉପରେ ଆକର୍ଷଣୀୟ ୩୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି । କେବଳ ଫ୍ଲିପକାର୍ଟ ନୁହେଁ, ଆମାଜନରେ ମଧ୍ୟ ଏହି  ନଂ-୧ ଏମଆଇ ଫ୍ୟାନ ଅଫର ଚାଲିଛି ।  ସେହିପରି ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଦ ଗ୍ରାଣ୍ଡ ଗ୍ୟାଜେଟ ଡେଜର  ଆଜି (୨୦ ତାରିଖ) ହେଉଛି ଅନ୍ତିମ ଦିନ । ଲାପଟପ, ସେହିପରି ଫ୍ଲିପକାର୍ଟରେ ଆସସ ଜେନଫୋନ ମାକ୍ସ ଏମ-୨ ଲଞ୍ଚ୍‌ କରାଯାଇଛି । ଏହା ୯୯୯୯ ଟଙ୍କାରୁ ଆରମ୍ଭ ହେଉଛି ।

ଅନ୍ୟପକ୍ଷରେ ଭିଭୋ ମୋବାଇଲ ଉପରେ ମଧ୍ୟ ରିହାତି ମିଳୁଛି । ଭି-୯ ୟୁଥ୍‌ ୨ ହଜାର ଟଙ୍କା କମ୍‌ରେ ୧୧,୯୯୦ ଟଙ୍କାରେ ଉପଲବ୍ଧ ହେବ। ଏହି ଅବସରରେ ଭି-୧୧ ପ୍ରୋ, ଭି-୧୧, ଏକ୍ସ-୨୧, ୱାଇ-୯୫, ୱାଇ-୮୩ ପ୍ରୋ, ୱାଇ-୮୧, ୱାଇ-୭୧ ଆଇ ଆଦି ମଡେଲ ଉପଲବ୍ଧ ହେବ। ଗ୍ରାହକଙ୍କୁ ଏହି ଅବସରରେ ୫% କ୍ୟାସବ୍ୟାକ୍‌ ସୁବିଧା ଏଚଡିଏଫସି ବ୍ୟାଙ୍କ ଡେବିଟ୍‌ କାର୍ଡ ଏବଂ କ୍ରେଡିଟ୍‌ କାର୍ଡ ଧାରକଙ୍କୁ ଯୋଗାଇ ଦିଆଯିବ। ଏହା ସହିତ ୧୮ ମାସର ଇଏମ୍‌ଆଇ ସୁବିଧା ମଧ୍ୟ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର