ଢାକା: ଗ୍ରାମୀଣ ବ୍ୟାଙ୍କର ଲଘୁ ଋଣ ଜରିଆରେ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟ କବଳରୁ ଉଦ୍ଧାର କରିଥିବା ବାଲାଂଦେଶର ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସ୍‌ଙ୍କୁ ଟିକସ ବାବଦରେ ୯ କୋଟି ଟଙ୍କା ଗଣିବାକୁ ପଡ଼ିବ। ୨୦୧୧ରୁ ୨୦୧୪ ଭିତରେ ସେ ତିନିଟି ଦାତବ୍ୟ ଅନୁଷ୍ଠାନକୁ ଯେଉଁ ଦାନ ଦେଇଥିଲେ ତାହା ଉପରେ ତାଙ୍କୁ ଟିକସ ଦେବାକୁ ପଡ଼ିବ। ଏ ସମ୍ପର୍କିତ ମାମଲାକୁ ସେ ବାଲାଂଦେଶ ସୁପ୍ରିମ୍‌କୋର୍ଟରେ ହାରି ଯାଇଛନ୍ତି। ୟୁନୁସ୍‌କୁ ୧.୧ ନିୟୁତ ଡଲାର (ପ୍ରାୟ ୯ କୋଟି ଟଙ୍କା) ଟିକସ ଦେବାକୁ ବାଲାଂଦେଶ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବାଲାଂଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ସହ ୟୁନୁସ୍‌ଙ୍କ ସମ୍ପର୍କ ଭଲ ନାହିଁ। ୟୁନୁସ୍‌ ଗରିବ ଲୋକଙ୍କ ରକ୍ତ ଶୋଷୁଛନ୍ତି ବୋଲି ହାସିନା ଅଭିଯୋଗ କରୁଛନ୍ତି। ୨୦୧୧-୧୪ ଭିତରେ ୟୁନୁସ୍‌ ତିନି ଦାତବ୍ୟ ଅନୁଷ୍ଠାନ ପ୍ରଫେସର ମହମ୍ମଦ ୟୁନୁସ୍‌ ଟ୍ରଷ୍ଟ୍‌, ଦି ୟୁନୁସ୍‌ ଫାମିଲି ଟ୍ରଷ୍ଟ୍‌ ଓ ୟୁନୁସ୍‌ ସେଣ୍ଟର୍‌କୁ ୭ ନିୟୁତ ଡଲାର ଦାନ କରିଥିଲେ। ସେହି ଦାନ ପାଇଁ ଟିକସ ଲାଗୁ କରାଯାଇଛି।