ଭୁବନେଶ୍ୱର: ନୋକିଆ ବ୍ରାଣ୍ଡ୍ର ଫୋନ୍ ବିକ୍ରି କରୁଥିବା ଏଚ୍ଏମ୍ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ୨ ସ୍ମାର୍ଟଫୋନ୍କୁ ଉନ୍ମୋଚନ କରାଯାଇଛି। କଂପାନିର ମୁଖ୍ୟ ପ୍ରବନ୍ଧକ ଅମିତ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଫୋନ୍କୁ ମିଶାଇ ବିଗତ ୧୧ ମାସରେ ଏହା ନୋକିଆର ୧୧ତମ ମଡେଲ୍। ପୂର୍ବରୁ କଂପାନି ପକ୍ଷରୁ ୫ଟି ଫିଚର୍ ଫୋନ୍ ଏବଂ ୫ଟି ସ୍ମାର୍ଟଫୋନ୍ ବିକ୍ରି କରାଯାଉଛି। ନୂଆ ନୋକିଆ ୨ରେ ରହିଛି ଶକ୍ତିଶାଳୀ ବ୍ୟାଟେରି ଯାହାକୁ ଥରେ ଚାର୍ଜ କଲେ ଦୁଇ ଦିନ ପର୍ଯ୍ୟନ୍ତ ଚାର୍ଜ ରହିବ। ଏହାର ମୂଲ୍ୟ ହେଉଛି ୬୯୯୯ ଟଙ୍କା। ଏଥିରେ ୫ ଇଞ୍ଚ୍ର ସ୍କ୍ରିନ୍ ରହିଛି। ଜିଓ ଉପଭୋକ୍ତାମାନେ ଏହି ଫୋନ୍ ଉପରେ ଆକର୍ଷଣୀୟ ଅଫର ପାଇପାରିବେ। ଏହା ତିନିଟି ରଙ୍ଗରେ ଉପଲବ୍ଧ ହେଉଛି।
ଭୁବନେଶ୍ୱରରେ ‘ନୋକିଆ ୨’
/sambad/media/post_attachments/wp-content/uploads/2017/12/omm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)