ନୂଆଦିଲ୍ଲୀ: ନୋକିଆର ଲୋକପ୍ରିୟ ମୋବାଇଲ ସେଟ୍‌ ‘ନୋକିଆ ୨୦୧୦’ ପୁଣି ଥରେ ବଜାର ପ୍ରବେଶ ନେଇ ଚର୍ଚ୍ଚା ଚାଲିଛି। ୨୫ବର୍ଷ ପୂର୍ବେ ଏହି ଫୋନ୍‌ ଲଞ୍ଚ ହୋଇଥିଲା ଯାହା ସେହି ସମୟରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ଏଚଏମଡି ଗ୍ଲୋବଲ ‘ନୋକିଆ ୨୦୧୦’ ଫୋନ୍‌କୁ ରି-ଲଞ୍ଚ କରିବାର ଘୋଷଣା କରିଛନ୍ତି। ଏହି ଫୋନ୍‌ଟିକୁ ନୂଆ ଅତ୍ୟାଧୁନିକ ଫିଚର ସହିତ ଲଞ୍ଚ କରାଯିବାର ଯୋଜନା କରାଯାଉଛି। ଏହି ହ୍ୟାଣ୍ଡସେଟ୍‌ରେ ୪ଜି କନେକ୍ଟଭିଟି, ବିଭିନ୍ନ ରଙ୍ଗ ସହିତ ଅନ୍ୟାନ୍ୟ ଫଚର ବି ରହିବ।

Advertisment

publive-image

ରିପୋର୍ଟ ମୁତାବକ, ନୋକିଆର ୨୫ତମ ବାର୍ଷିକ ଉତ୍ସବରେ ‘ନୋକିଆ ୨୦୧୦’ ଲଞ୍ଚ କରାଯିବ। ଏଚଏମଡି ଗ୍ଲୋବଲ ଓ ଫେସବୁକ୍‌ ପାର୍ଟନର୍ସିପ ଜରିଆରେ ଫେସ୍‌ବୁକ୍‌ ଓ ହ୍ଵାଟସ୍‌ଆପ୍‌ ସପୋର୍ଟ ବି ଫୋନ୍‌ରେ ଦିଆଯିବ। ଏହି ଫୋନ୍‌କୁ ଏ୧୦ ନାମ ଦିଆଯିବା ନେଇ ଆଲୋଚନା ଚାଲିଛି।

ଚଳିତ ବର୍ଷ ଏପ୍ରିଲ ୪ରେ ଭାରତରେ ନୋକିଆ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ୍‌ ଲଞ୍ଚ କରିବାର ଯୋଜନା କରୁଛି। ଏଚଏମଡି ଗ୍ଲୋବାଲ ନିକଟରେ ନୋକିଆ ୬ (୨୦୧୮), ନୋକିଆ ୭ ପ୍ଲସ୍‌ ଓ ନୋକିଆ ୮ Sirocco ଗ୍ଲୋବଲ ଲଞ୍ଚ କରିଛି। ତେଣୁ ଆଶା କରାଯାଉଛି ଏହି ତିନିଟି ସ୍ମାର୍ଟଫୋନ୍‌ ବୋଧ ହୁଏ ଭାରତରେ ଏପ୍ରିଲ ୪ରେ ବଜାର ପ୍ରବେଶ ହୋଇପାରେ।