୩ ଜିବି ରାମ୍‌ରେ ନୋକିଆ ୫

ଭୁବନେଶ୍ୱର: ଏଚଏମଡି ଗ୍ଲୋବାଲ ପକ୍ଷରୁ ୩ ଜିବି ରାମ୍‌ ବିଶିଷ୍ଟ ନୋକିଆ ୫ ଫୋନ୍‌ର ଶୁଭାରମ୍ଭ କରାଯାଇଛି। ଏହା ଫ୍ଲିପକାର୍ଟରେ ନଭେମ୍ବର ୭ରୁ ଉପଲବ୍ଧ ହେଉଥିବାବେଳେ ଦେଶର ରିଟେଲ ଆଉଟଲେଟ ଗୁଡିକରେ ନଭେମ୍ବର ୧୪ରୁ ପ୍ରାରମ୍ଭିକ ମୂଲ୍ୟ ୧୩,୪୯୯ରେ ମେଟ୍‌ ବ୍ଲାକ ଏବଂ ଟେମ୍ପରଡ୍‌ ବ୍ଲୁ ରଙ୍ଗରେ ଉପଲବ୍ଧ ହେଉଛି। ନୂତନ ନୋକିଆ ୫ ସ୍ମାର୍ଟଫୋନର ସର୍ବୋତ୍ତମ ବିଶେଷତ୍ୱ ମଧ୍ୟରେ ରହିଛି ଆଣ୍ଟିନା ଡିଜାଇନ, କ୍ୱାଲକମ୍‌ ସ୍ନାପଡ୍ରାଗନ ୪୩୦ ମୋବାଇଲ ପ୍ଲାଟଫର୍ମ, ଦୀର୍ଘ ବ୍ୟାଟେରି ଲାଇଫ ଭଳି ସୁବିଧା। ଏହି ଅବସରରେ ଭାରତ ଏଚଏମଡି ଗ୍ଲୋବାଲର ଉପସଭାପତି ଅଜୟ ମେହେତା କହିଛନ୍ତି ଯେ, ନୋକିଆ ୫ ସୁନ୍ଦର ଡିଜାଇନ ପାଇଁ ଲୋକପ୍ରିୟ ହୋଇପାରିଛି। ବର୍ତ୍ତମାନ ଆମେ ଅଧିକ ମେମୋରି ସଂଯୋଗ କରୁଛୁ, ଯାହାଦ୍ୱାରା ବ୍ୟବହାରକାରୀମାନେ ସେହି ଡିଜାଇନରେ ଉଚ୍ଚ ପ୍ରଦର୍ଶନ ପାଇପାରିବେ।

ସମ୍ବନ୍ଧିତ ଖବର