ନୂଆଦିଲ୍ଲୀ: ଦୂରସଂଚାର ଉପକରଣ ନିର୍ମାତା ନୋକିଆ ଓ ଭାରତୀୟ ବିଜ୍ଞାନ ସଂସ୍ଥାନ (ଆଇଆଇଏସ୍‌ସି) ବେଙ୍ଗାଲୁରୁ ମିଳିତଭାବେ ୬ଜି ସଂପର୍କିତ ପ୍ରଯୁକ୍ତି ଓ ସେବା ଉପରେ ମିଳିତଭାବେ ଗବେଷଣା କରିବେ। ନୋକିଆ ଓ ଆଇଆଇଏସ୍‌ସି, ବେଙ୍ଗାଲୁରୁ ମଧ୍ୟରେ ଆଜି ରାଜିନାମା ସ୍ବାକ୍ଷର ହୋଇଛି। ମୁଖ୍ୟତଃ ୬ଜି ପ୍ରଯୁକ୍ତି, ୬ଜି ଆର୍କିଟେକଚର ଏବଂ ୬ଜି ଏୟାର ଇଣ୍ଟରଫେସ୍‌ରେ ମେସିନ ଲର୍ଣ୍ଣିଂର ବ୍ୟବହାରକୁ ଆଗକୁ ବଢ଼ାଇବେ। ବେଙ୍ଗାଲୁରୁଠାରୋ ନୋକିଆ ପକ୍ଷରୁ ନୂଆକରି ଖୋଲାଯାଇଥିବା ୬ଜି ପରୀକ୍ଷାଗାରରେ ଏଥିପାଇଁ କାର୍ଯ୍ୟ ହେବ।