ନୋକିଆ ନାମରେ ସ୍ମାର୍ଟ ଟିଭି ବିକିବ ଫ୍ଲିପ୍‌କାର୍ଟ

ନୂଆଦିଲ୍ଲୀ : ଭାରତରେ ନୋକିଆ ନାମକୁ ବ୍ୟବହାର କରି ସ୍ମାର୍ଟ ଟିଭି ବିକ୍ରି କରିବ ଇ-କମର୍ସ କଂପାନି ଫ୍ଲିପ୍‌କାର୍ଟ। ଏନେଇ ଉଭୟ କଂପାନି ମଧ୍ୟରେ ବୁଝାମଣା ହୋଇଛି। ‌ଏଥିରେ ଜେବିଏଲ୍‌ର ସାଉଣ୍ଡ୍‌ ସିଷ୍ଟମ୍ ବ୍ୟବହାର କରାଯିବ। ଭାରତୀୟ ଗ୍ରାହକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଫ୍ଲିପ୍‌କାର୍ଟ ତରଫରୁ ନୋକିଆର ସ୍ମାର୍ଟ ଟିଭି ବିକଶିତ, ଉତ୍ପାଦନ ଏବଂ ବିତରଣ କରାଯିବ। ତେବେ ଟିଭିଗୁଡ଼ିକର ସ୍କ୍ରିନ୍ କେବେ ବଡ଼ ରହିବ ଏବଂ ସେଥିରେ ଅନ୍ୟ କ’ଣ ସବୁ ସୁବିଧା ସୁଯୋଗ ରହିବ ତାହା ଜଣାପଡ଼ିନାହିଁ। ସ୍ମାର୍ଟଫୋନ୍ ବିକ୍ରି କରୁଥିବା ଅନେକ କଂପାନି ଯଥା ସାମସଙ୍ଗ, ମାଇକ୍ରୋମ୍ୟାକ୍ସ, ଇଣ୍ଟେକ୍ସ, ଶାଓମି, ମୋଟୋରୋଲା ଓ ୱାନ୍‌ପ୍ଲସ୍‌ ସ୍ମାର୍ଟ ଟିଭି ବିକ୍ରି କରୁଛନ୍ତି। ଖୁବ୍‌ଶୀଘ୍ର ସେଥିରେ ନୋକିଆର ନାମ ଯୋଡ଼ିହେବାକୁ ଯାଉଛି। ସ୍ମାର୍ଟ ଟିଭି ଆଣିବା ଲାଗି ଗତ ସେପ୍ଟେମ୍ବର ମାସରେ ମୋଟୋରୋଲା ସହ ଫ୍ଲିପ୍‌କାର୍ଟ ବୁଝାମଣା କରିଥିଲା। ଫ୍ଲିପ୍‌କାର୍ଟ ଓ ମୋଟୋ‌ରୋଲା ମିଶି ୩୨ରୁ ୬୫ ଇଞ୍ଚର ସ୍ମାର୍ଟ ଟିଭି ଆଣିବେ। ଟିଭିଗୁଡ଼ିକର ଦାମ୍ ୧୩,୯୯୯ ଟଙ୍କାରୁ ଆରମ୍ଭ ହେବ। ଫ୍ଲିପ୍‌କାର୍ଟ ଏବେ ମାର୍‌କ୍ୟୁ ନାମରେ ମଧ୍ୟ ଟିଭି ବିକ୍ରି କରୁଛି।

ସମ୍ବନ୍ଧିତ ଖବର