ମୁମ୍ବାଇ: ଖୁବ୍ ଶୀଘ୍ର ବଜାରରେ ଉପଲବ୍ଧ ହେବ ନୋକିଆର ଏକ ଶସ୍ତା ସ୍ମାର୍ଟଫୋନ୍। ମୋବାଇଲ୍ ୱାର୍ଲଡ କଂଗ୍ରେସ ୨୦୨୨ ଟେକ୍ ଇଭେଣ୍ଟ୍ରେ ନୋକିଆସି୨୧, ନୋକିଆସି୨୧ ପ୍ଲସ୍ ସାଥିରେ ନୋକିଆ ସି୨ର ଦ୍ବିତୀୟ ସଂସ୍କରଣ ଲଞ୍ଚ୍ କରିଛି। ଏହି ଟେକ୍ ଇଭେଣ୍ଟ୍ ଚଳିତବର୍ଷ ଫେବ୍ରୁଆରି ମାସରେ ହୋଇଛି।
ନୋକିଆର ଏହି ସି୨ ଦ୍ବିତୀୟ ସଂସ୍କରଣର ମୂଲ୍ୟ ୟୁରୋପରେ ୭୯ ୟୁରୋ। ଭାରତୀୟ ମୁଦ୍ରାରେ ତାହା ୬,୫୦୦ ଟଙ୍କା। ତେବେ ଏହି ମୋବାଇଲଟି ଭାରତରେ କେବେ ଉପଲବ୍ଧ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ନୋକିଆର ଏହି ସ୍ମାର୍ଟଫୋନ୍ ନୀଳ ଓ ଧୁଷର ରଂଗରେ ବଜାରକୁ ଆସିଛି। ନୋକିଆର ଏହି ସି୨ ଦ୍ବିତୀୟ ସଂସ୍କରଣ ସ୍କ୍ରିନ୍ ରହିଛି ୫.୭ ଇଞ୍ଚ୍। ଏହାର ରିଜୋଲ୍ୟୁସନ୍ ୯୬୦*୪୮୦ ପିକ୍ସଲ। ଏହି ସ୍ମାର୍ଟଫୋନ୍ରେ ମିଡିଆଟେକ୍ର କ୍ବାଡ୍ ଏବଂ ପ୍ରସେସର୍ ଦିଆଯାଇଛି।
ଏହି ମୋବାଇଲ୍ରେ ୧ ଜିବି ଓ ୨ ଜିବିର ରାମ୍ ଥିବା ଅପ୍ସନ ରହିଛି। ଏହାର ଇଣ୍ଟର୍ନାଲ୍ ମେମୋରି ୩୨ ଜିବି। ଅତିରିକ୍ତ ଷ୍ଟୋରେଜ୍ ପାଇଁ ଏଥିରେ ମାଇକ୍ରୋ ଏସ୍ଡିକାର୍ଡ ସ୍ଲଟ୍ ଦିଆଯାଇଛି।
ଏହା ଆଣ୍ଡ୍ରଏଡ୍ ୧୧ ଗୋ ସଂସ୍କରଣରେ ଚାଲେ। ଏଥିରେ ସୁରକ୍ଷା ପାଇଁ ଫେସ୍ ଅନ୍ଲକ୍ ସୁବିଧା ବି ରହିଛି। ଏହାର ରିୟର କ୍ୟାମେରା ୫ ମେଗାପିକ୍ସଲ ହୋଇଥିବା ବେଳେ ଫ୍ରଣ୍ଟ୍ କ୍ୟାମେରା ବି ୫ ମେଗାପିକ୍ସଲ୍। ଏଥିରେ ୨୪୦୦ ଏମ୍ଏଏଚ୍ର ବ୍ୟାଟେରି ଓ ୫ଡବ୍ଲୁ ଚାର୍ଜିଂ ସପୋର୍ଟ ରହିଛି। ଏଥିରେ ଗୋଟାଏ ମାତ୍ର ସିମ୍ ପକାଇ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/pic.jpg)