ଜିଓ ଫୋନକୁ ଟକ୍କର ଦେବାକୁ ଅତି କମ ମୂଲ୍ୟରେ ୪ଜି ଫୋନ ଲଞ୍ଚ କଲା ନୋକିଆ, ଜାଣନ୍ତୁ ମୂଲ୍ୟ କେତେ?

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଜିଓଫୋନ୍ ନେକଷ୍ଟ ଲଞ୍ଚ କରାଯାଇଛି। ଫୋନର ବିକ୍ରୟ ସେପ୍ଟେମ୍ବର ୧୦ ରୁ ହେବ | କିନ୍ତୁ ଏହାର ମୂଲ୍ୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ତେବେ ଏହା ପୂର୍ବରୁ ନୋକିଆ ଭାରତରେ ନୋକିଆ ୧୧୦ ୪ଜି ଫୋନ୍ ଲଞ୍ଚ କରି ଜିଓଫୋନ୍ ନେକଷ୍ଟ ର ଅଡ଼ୁଆକୁ ବଢ଼ାଇ ଦେଇଛି | କୁହାଯାଉଛି ଯେ ଜିଓଫୋନ୍ ନେକଷ୍ଟ ସହ କଡା ପ୍ରତିଦ୍ବନ୍ଦିତା କରିବା ପାଇଁ ଏହି ଫୋନ ଲଞ୍ଚ କରାଯାଇଛି |

ନୋକିଆ ୧୧୦ ୪ଜି ଫୋନ ଏକ ଫିଚର ଫୋନ୍ ହୋଇଥିବାବେଳେ ଇ-କମର୍ସ ସାଇଟ୍ ଆମାଜନ୍ ଏବଂ ନୋକିଆର ଅଫିସିଆଲ୍ ୱେବସାଇଟ୍ ରୁ କିଣାଯାଇପାରିବ | ନୋକିଆ ୧୧୦ ୪ଜି ଫୋନ୍ ହଳଦିଆ, ନୀଳ ଏବଂ କଳା ରଙ୍ଗରେ ଆସିବ | ନୋକିଆ ୧୧୦ ୪ଜି ଫୋନର ମୂଲ୍ୟ ୨,୭୯୯ ଟଙ୍କା ରହିଥିଵାବେଳେ ଫୋନର ବିକ୍ରୟ ଆସନ୍ତାକାଲି ଠାରୁ ଆରମ୍ଭ ହେବ |

ପାୱାର୍ ବ୍ୟାକଅପ୍ ପାଇଁ, ଫୋନରେ ୧୦୨୦ ଏମଏଏଚ ବ୍ୟାଟେରୀ ରହିଥିଵାବେଳେ କମ୍ପାନୀ ଦାବି କରିଛି ଯେ ଜଣେ ଲଗାତାର ୩ଜି କନେକ୍ସନ ସହ ୧୬ ଘଣ୍ଟା ଏବଂ ୪ଜି ସଂଯୋଗ ସହିତ ୬ ଘଣ୍ଟା ବ୍ୟାଟେରୀ ଲାଇଫ ପାଇବ | ଫୋନ୍ ସିରିଜ୍ ୩୦+ ଅପରେଟିଂ ସିଷ୍ଟମ୍ ସପୋର୍ଟ ସହିତ ଆସିବ | ନୋକିଆ ୧୧୦ ୪ଜି ସ୍ମାର୍ଟଫୋନରେ ୪ଜି VoLTE ସପୋର୍ଟ ମଧ୍ୟ ରହିଛି |

ସମ୍ବନ୍ଧିତ ଖବର