ନୋକିଆ ଆଣିଲା ୪ ନୂଆ ଫୋନ୍

ଭୁବନେଶ୍ବର: ନୋକିଆ ବ୍ରାଣ୍ଡ୍ ନାମରେ ଫୋନ୍ କାରବାର କରୁଥିବା ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ୪ଟି ନୂଆ ନୋକିଆ ସ୍ମାର୍ଟଫୋନ୍‌କୁ ଉନ୍ମୋଚନ କରାଯାଇଛି। ସବୁ ଫୋନ୍‌ରେ ଆଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମ୍ ରହିଛି। କଂପାନି ଉନ୍ମୋଚନ କରିଥିବା ଚାରିଟି ମଡେଲ୍ ହେଉଛି ନୋକିଆ ୯ ପ୍ୟୁର୍‌ ଭିଉ, ନୋକିଆ ୪.୨, ନୋକିଆ ୩.୨ ଏବଂ ନୋକିଆ ୧ ପ୍ଲସ୍‌। କଂପାନି ପକ୍ଷରୁ ନୋକିଆ ୨୧୦କୁ ମଧ୍ୟ ଉନ୍ମୋଚନ କରାଯାଇଛି। ମାର୍ଚ ମାସରେ ଏହି ସବୁ ଫୋନ୍ ବଜାରରେ ଉପଲବ୍ଧ ହେବ।

ସମ୍ବନ୍ଧିତ ଖବର