ନୋକିଆ ଆଣିଲା ଚାରିଟି ନୂଆ ଫୋନ୍

ଭୁବନେଶ୍ବର : ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ ପକ୍ଷରୁ ଉତ୍ସବ ଋତୁକୁ ନଜରରେ ରଖି ଚାରିଟି ନୂଆ ଫୋନ୍ ଉନ୍ମୋଚନ କରାଯାଇଛି। ସ୍ମାର୍ଟଫୋନ୍ ବର୍ଗରେ ନୋକିଆ ସି୩ ଓ ନୋକିଆ ୫.୩ ଆସିଥିବା ବେଳେ ଦୁଇଟି ଫିଚର୍‌ ଫୋନ୍ ନୋକିଆ ୧୨୫ ଓ ନୋକିଆ ୧୫୦କୁ ମଧ୍ୟ ଉନ୍ମୋଚନ କରାଯାଇଛି। ନୋକିଆ ୫.୩ରେ ୬.୫୫ ଇଞ୍ଚ୍‌ ସ୍କ୍ରିନ୍, କ୍ବାଡ୍‌କୋର୍ ବ୍ୟାଟେରି ଓ ଦୁଇ ଦିନ ପର୍ଯ୍ୟନ୍ତ ରହୁଥିବା ବ୍ୟାଟେରି ରହିଛି। ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଚିଫ୍‌ ପ୍ରଡକ୍ଟ ଅଫିସର ଜୁହୋ ସର୍ବିକାଶ ଓ ଉପ ସଭାପତି ସନମିତ ସିଂହ ନୂଆ ଉତ୍ପାଦଗୁଡ଼ିକୁ ଉନ୍ମୋଚନ କରିଛନ୍ତି। ନୋକିଆ ସି୩ର ଦାମ୍ ୭୪୯୯ ଟଙ୍କା ରହିଥିବା ବେଳେ ସେପ୍ଟେମ୍ବର ୧୦ରୁ ଏହା ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ନୋକିଆ ୫.୩ର ଦାମ୍ ୧୩,୯୯୯ ଟଙ୍କା, ନୋକିଆ ୧୨୫ର ଦାମ୍ ୧୯୯୯ ଓ ନୋକିଆ ୧୫୦ର ଦାମ୍ ୨୨୯୯ ଟଙ୍କା ରହିଛି।

ସମ୍ବନ୍ଧିତ ଖବର