ଏପ୍ରିଲ ୪ରେ ଭାରତରେ ଲଞ୍ଚ ହେବ ନୋକିଆର ଏହି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଫିନ୍‌ଲ୍ୟାଣ୍ଡର କମ୍ପାନି ଏଚଏମଡି ଗ୍ଲୋବଲ ଏପ୍ରିଲ ୪ ତାରିଖରେ ଭାରତରେ ନୋକିଆର ନୂତନ ଆଣ୍ଡ୍ରୋଏଡ ସ୍ମାର୍ଟଫୋନ୍‌ ଲଞ୍ଚ କରିବା ଯୋଜନାରେ ରଖିଛି। ଏହି କମ୍ପାନି ଏଥିପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରି ଗଣମାଧ୍ୟମକୁ ନିମନ୍ତ୍ରଣ କରିଛି। ତେବେ ଏହି କାର୍ଯ୍ୟକ୍ରମରେ କେଉଁ କେଉଁ ସ୍ମାର୍ଟଫୋନ୍‌ ଲଞ୍ଚ ହେବ ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ।

ସୂଚନାଯୋଗ୍ୟ, କମ୍ପାନି ନିକଟରେ ନୋକିଆ ୬(୨୦୧୮), ନୋକିଆ ୭ ପ୍ଲସ ଓ ନୋକିଆ ୮ Sirocco ଗ୍ଲୋବାଲ ଲଞ୍ଚ କରିଥିଲା। ଆଶ କରାଯାଉଛି କି ଏହି ତିନିଟି ସ୍ମାର୍ଟଫୋନ୍‌କୁ ବୋଧ ହୁଏ ଏପ୍ରିଲ ୪ରେ ଭାରତରେ ଲଞ୍ଚ ହେବ। ଏତଦ୍‌ବ୍ୟତୀତ ନିକଟରେ କମ୍ପାନି Nokia ୧ Android Oreo Go edition ଲଞ୍ଚ କରିଛି । ଯାହାର ମୂଲ୍ୟ ୫,୪୯୯ଟଙ୍କା ରହିଛି। ସେହିପରି ନୋକିଆ ୬(୨୦୧୮)ର ମୂଲ୍ୟ ପାଖାପାଖି ୨୦,୦୦୦ଟଙ୍କା, ନୋକିଆ ୭ ପ୍ଲସ ୩୦,୦୦୦ଟଙ୍କା ଓ ନୋକିଆ ୮ Siroccoର ମୂଲ୍ୟ ମହଙ୍ଗା ହୋଇପାରେ ବୋଲି ଆଶା ରଖାଯାଇଛି।

ସମ୍ବନ୍ଧିତ ଖବର