ମୁମ୍ବାଇ: ଦୀର୍ଘଦିନର ପ୍ରତୀକ୍ଷା ପରେ ଶେଷରେ ଭାରତରେ ଲଞ୍ଚ୍ ହୋଇଛି ‘ନୋକିଆ-୨’ସ୍ମାର୍ଟଫୋନ୍। ତେବେ, ଆପଣଙ୍କ ସୂଚନା ପାଇଁ ଜଣାଉଅଛୁ ଯେ,‘ନୋକିଆ-୨’ର ସବୁଠାରୁ ଖାସ୍ କଥା ହେଉଛି ଏଇଆ ଯେ,ଏଥିରେ ୪୧୦୦Ah ବ୍ୟାଟେରି ରହିଛି। ଆଉ ଏହାକୁ ନେଇ କଂପାନି ପକ୍ଷରୁ ଦାବି କରାଯାଉଛି ଯେ ‘ନୋକିଆ-୨’ ସ୍ମାର୍ଟଫୋନ୍ରେ ଦୁଇଦିନର ବ୍ୟାଟେରି ବ୍ୟାକ୍ଅପ୍ ସହିତ ଏହା ସୋଆମୀ ରେଡ଼୍ମୀ-୪ ଏବଂ ମୋଟୋ ସ୍ମାର୍ଟଫୋନ୍ ସଂଗରେ କଡ଼ା ଟକ୍କର ଦେବାର କ୍ଷମତା ବି ରହିଛି। ଯେଉଁଥିରେ କି ୫ଇଞ୍ଚ୍ LTPS HD ଡିସ୍ପ୍ଲେ ରହିଥିବା ବେଳେ, କ୍ୱାଲକାମ୍ର ସ୍ନାପ୍ଡ଼୍ରୈଗନ୍ ୨୧୨ ପ୍ରୋସେସର୍, ଗ୍ରାଫିକ୍ସ ପାଇଁ ଏଡ୍ରୋନୋ ୩୦୪ ଜିପିୟୁ, ୧ଜିବି ର୍ୟାମ୍ ଏବଂ ୮ଜିବି ଷ୍ଟୋରେଜ୍ କ୍ଷମତା ରହିଛି। ଯାହାକୁକି ପରେ ମଧ୍ୟ ବଢ଼ାଇ ଦିଆଯାଇପାରେ!
ଏତଦ୍ବ୍ୟତୀତ ‘ନୋକିଆ-୨’ ଫୋନ୍ରେ ଏଣ୍ଡ୍ରୋଏଡ୍ ନୁଗଟ ୭.୧.୧,୮ ମେଗାପିକ୍ସଲ୍ ରିଅର କ୍ୟାମେରା ଏବଂ ୫ ମେଗାପିକ୍ସଲର ଫ୍ରଣ୍ଟ୍ କ୍ୟାମେରା ମଧ୍ୟ ଅଛି । ଏଥିସହିତ ଏହି ଫୋନ୍ରେ ୪୧୦୦ ଏମ୍ଏଚ୍ଏଚ୍ର ଦମ୍ଦାର୍ ବ୍ୟାଟେରି ସହିତ ଏହି ଫୋନ୍ଟି ଡୁଆଲ୍ ସିମ୍ ସାଂଗକୁ LTE ଏବଂ VoLTE ସପୋର୍ଟେଡ଼୍ ମଧ୍ୟ ଅଟେ। ଏହାବ୍ୟତୀତ ‘ନୋକିଆ-୨’ର ଏହି ସ୍ମାର୍ଟଫୋନ୍ର ମୂଲ୍ୟ ରହିଛି ମାତ୍ର ୯୯ୟୁରୋ ଅର୍ଥାତ୍ ୭,୪୧୨ ଟଙ୍କା।
୮୦୦୦ରୁ କମ୍ ଟଙ୍କା ମୂଲ୍ୟରେ ଭାରତରେ ଲଞ୍ଚ୍ ହେଲା ନୋକିଆ-୨ ସ୍ମାର୍ଟଫୋନ୍!
/sambad/media/post_attachments/wp-content/uploads/2017/10/Nokia-2-smartphone.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)