ନୂଆଦିଲ୍ଲୀ : ଚଳିତ ପାର୍ବଣଋତୁ ଉପଲକ୍ଷେ ବିଭିନ୍ନ ମୋବାଇଲ ଫୋନ କମ୍ପାନି ଗ୍ରାହକମାନଙ୍କୁ ଆକୃଷ୍ଟ କରିବାକୁ ଭଳିକି ଭଳି ଅଫର ଘୋଷଣା କରୁଛନ୍ତି । ଦଶହରା ପୂର୍ବରୁ ପ୍ରାୟ ସବୁ ପ୍ରମୁଖ ସ୍ମାର୍ଟଫୋନ କମ୍ପାନି ନିଜର ବିଭିନ୍ନ ମଡେଲ ଉପରେ ସ୍ୱତନ୍ତ୍ର ରିହାତି ଘୋଷଣା କରିଥିଲେ । କିନ୍ତୁ ନୋକିଆ ଏଭଳି କୌଣସି ଘୋଷଣା କରିନଥିଲା । ଏବେ ନୋକିଆ ନିଜର କେତେକ ମଡେଲ ଉପରେ ରିହାତି ଘୋଷଣା କରିଛି । ପ୍ରଥମତଃ ନୋକିଆ ୩.୧ (୩ଜିବି ର୍ୟାମ,୩୨ ଜିବି ଷ୍ଟୋରେଜ) ପୂର୍ବରୁ ୧୧,୯୯୯ ଟଙ୍କାରେ ବିକ୍ରି ହେଉଥିବାବେଳେ ତାହା ଏବେ ୧୦,୯୯୯ ଟଙ୍କାରେ ବିକ୍ରି ହେଉଛି । ସେହିପରି ନୋକିଆ ୫.୧(୩ଜିବି ର୍ୟାମ,୩୨ ଜିବି ଷ୍ଟୋରେଜ) ଯାହାକି ପୂର୍ବରୁ ୧୨,୫୦୦ରେ ବିକ୍ରି ହେଉଥିଲା, ଏବେ ୧୫୦୦ ଟଙ୍କା କମରେ ଅର୍ଥାତ ୧୦,୯୯୯ ଟଙ୍କାରେ ବିକ୍ରି ହେଉଛି । ସେହିପରି ନୋକିଆ ୬.୧ (୩ଜିବି ର୍ୟାମ,୩୨ ଜିବି ଷ୍ଟୋରେଜ)ର ମୂଲ୍ୟ ୨୦୦୦ ଟଙ୍କା ହ୍ରାସ ପାଇଥିବାବେଳେ , ନୋକିଆ ୬.୧ (୪ଜିବି ର୍ୟାମ,୬୪ ଜିବି ଷ୍ଟୋରେଜ)ର ମୂଲ୍ୟ ୧ ହଜାର ଟଙ୍କା ହ୍ରାସ ପାଇଛି । ଅନ୍ୟପକ୍ଷରେ ନୋକିଆର ପ୍ରିମିୟମ ଫୋନ ନୋକିଆ ସିରୋକ୍କୋର ମୂଲ୍ୟ ପୂର୍ବରୁ ୪୯,୯୯୯ ଟଙ୍କା ଥିବାବେଳେ ଏବେ ତାହା ୧୩ ହଜାର ଟଙ୍କା ହ୍ରାସ ପାଇ ୩୬,୯୯୯ ଟଙ୍କାରେ ମିଳୁଛି ।