ନୂଆଦିଲ୍ଲୀ: ପୁଣି ଏଲପିଜି (ରନ୍ଧନ ଗ୍ୟାସ) ସିଲିଣ୍ଡରର ଦର ବୃଦ୍ଧି ଘଟିଛି। ଅଣ-ସବସିଡି ଏଲପିଜି ସିଲିଣ୍ଡର ୯୩ ଟଙ୍କା ଓ ସବସିଡି ସିଲିଣ୍ଡର ୪.୫୬ ଟଙ୍କା ବୃଦ୍ଧି ପାଇଛି। ସେହିପରି ଜେଟର ଜାଳେଣିର ମୂଲ୍ୟ ଲିଟର ପିଛା ୧୦୯୮ ଟଙ୍କା ବଢିବା ଫଳରେ ବିମାନ ଯାତ୍ରା ଦର କିଲୋମିଟର ପିଛା ୧୦୦ଟଙ୍କା ବୃଦ୍ଧି ପାଇଛି ବୋଲି ଘୋଷଣା କରାଯାଇଛି।
ଅଏଲ ମାର୍କେଟିଙ୍ଗ କମ୍ପାନି ଇଣ୍ଡିଆନ ଅଏଲ େଓ୍ଵବସାଇଟ ମୁତାବକ, ଅଣ-ସବସିଡି ଏଲପିଜି ସିଲିଣ୍ଡର (୧୪.୨କିଲୋ)ର ମୂଲ୍ୟ ଦିଲ୍ଲୀରେ ୯୩ ଟଙ୍କା ବୃଦ୍ଧି ପାଇ ୭୪୨ ଟଙ୍କା ହୋଇଯାଇଛି। ସେହିପରି ସବସିଡି ସଂଯୁକ୍ତ ଏଲପିଜି ସିଲିଣ୍ଡର ମୂଲ୍ୟ ୪.୪୬ ଟଙ୍କା ବୃଦ୍ଧି ପାଇ ୪୯୫.୬୯ ଟଙ୍କା ହୋଇଛି। ଏହି ଦର ନଭେମ୍ବର ୧ରୁ ଲାଗୁ ହୋଇଛି।
ଅନ୍ତର୍ଜାତୀୟ ବଜାରରେ ତୈଳ ଦର ବୃଦ୍ଧି ଘଟିବା ପରେ ଏହା ଭାରତରେ ଲାଗୁ ହୋଇଛି ବୋଲି ଗ୍ୟାସ ଓ ତୈଳ ବିତରଣକାରୀ ସଂସ୍ଥାଙ୍କ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/lpg_1509520616.jpg)