ରେଳବାଇରେ ଖାଲିଥିବା ୧୬୬୪ଟି ପଦବୀ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଉତ୍ତର କେନ୍ଦ୍ରୀୟ ରେଳବାଇରେ ଆପ୍ରେଣ୍ଟିସିପ୍ ସୁଯୋଗକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରେଳବାଇ ନିଯୁକ୍ତି ସେଲ୍ (ଆରଆରସି), ପ୍ରୟାଗରାଜ ଆଗ୍ରା, ଝାନସୀ ଏବଂ ଝାନସୀ କର୍ମଶାଳାରେ ୧୬୬୪ଟି ଆପ୍ରେଣ୍ଟିସିପ୍ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।

ଆରଆରସି ଦ୍ୱାରା ବିଜ୍ଞାପିତ ଆପ୍ରେଣ୍ଟିସିପ୍ ନିଯୁକ୍ତି ପାଇଁ ଆବେଦନ ଅନଲାଇନରେ କରାଯିବ। ପ୍ରାର୍ଥୀମାନେ ଅଫିସିଆଲ୍ ପୋର୍ଟାଲ୍, rrcprjapprentices.in ମାଧ୍ୟମରେ ଆବେଦନ କରିପାରିବେ । ଆରଆରସି ପ୍ରୟାଗରାଜ ଦ୍ବାରା ଉତ୍ତର କେନ୍ଦ୍ରୀୟ ରେଳବାଇରେ ୧୬୬୪ ଆପ୍ରେଣ୍ଟିସ୍ ପଦବୀ ପାଇଁ ଅନଲାଇନରେ ଆବେଦନ କରିବାର ଶେଷ ତାରିଖ ୨୦୨୧ ଡିସେମ୍ବର ୧ ତାରିଖ ରହିଛି।

north central railway recruitment 2021, north central railway apprentice recruitment 2021, rrcprjapprentices in, north central railway recruitment for 1664 apprentice posts

ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ ଉତ୍ତର କେନ୍ଦ୍ରୀୟ ରେଳବାଇର ଆପ୍ରେଣ୍ଟିସିପ୍ ପୋର୍ଟାଲ୍, rrcprjapprentices.in ପରିଦର୍ଶନ କରିପାରିବେ। ଏହା ପରେ, ମୂଳପୃଷ୍ଠାରେ ଦିଆଯାଇଥିବା ନୂତନ ପଞ୍ଜୀକରଣର ଲିଙ୍କରେ କ୍ଲିକ୍ କରିବେ।  ତା’ପରେ ନୂତନ ପୃଷ୍ଠାରେ ପଚରାଯାଇଥିବା ବିବରଣୀ ପୂରଣ କରି କିମ୍ବା ଡ୍ରପ୍-ଡାଉନରୁ ଚୟନ କରି ଆବେଦନ ଦାଖଲ କରିବେ।

ଏହା ପରେ, ପ୍ରାର୍ଥୀମାନେ ଆରଆରସି ପ୍ରୟାଗରାଜ ଦ୍ୱାରା ଦିଆଯାଇଥିବା ପଞ୍ଜୀକରଣ ନମ୍ବର ଏବଂ ପାସୱାର୍ଡ ମାଧ୍ୟମରେ ଲଗ୍ ଇନ୍ କରି ଅନଲାଇନରେ ସେମାନଙ୍କର ଆବେଦନ ଦାଖଲ କରିବାକୁ ସମର୍ଥ ହୋଇପାରିବେ।

ପ୍ରାର୍ଥୀମାନେ ଅନଲାଇନ୍ ଦାଖଲ କରିଥିବା ଆବେଦନ ଫର୍ମରୁ ଏକ ପ୍ରିଣ୍ଟ୍ ବାହାର କରିବା ଉଚିତ। ଏଥିସହିତ ଏହାର ଏକ ସଫ୍ଟ କପି ସେଭ କରି ନେବା ଦରକାର।

ଆରଆରସି ପ୍ରୟାଗରାଜ ଆପ୍ରେଣ୍ଟିସିପ୍ ରିକ୍ବାରମେଣ୍ଟ-୨୦୨୧ ଅନୁଯାୟୀ, ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପରୀକ୍ଷାରେ ଅତିକମରେ ୫୦ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏଥିସହ ପ୍ରାର୍ଥୀମାନେ ଆଇଟିଆଇ ପାସ୍ କରିବା ଉଚିତ୍ । ପ୍ରାର୍ଥୀଙ୍କ ବୟସ ୨୦୨୧ ଡିସେମ୍ବର ସୁଦ୍ଧା ୧୫ ରୁ ୨୪ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

ସମ୍ବନ୍ଧିତ ଖବର