ସିଓଲ, : ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍-ଉନ୍ଙ୍କ ଦେଶ ଦକ୍ଷିଣ କୋରିଆ ପାଣ୍ଠି ଯୋଗାଡ଼ କରିବା ଲାଗି ବିପୁଳ ପରିମାଣର କ୍ରିପ୍ଟୋ ଚୋରି କରୁଛି। କ୍ରିପ୍ଟୋକରେନ୍ସି ଚୋରି କରିବା ଲାଗି ଏକ ସ୍ବତନ୍ତ୍ର ଟିମ୍ ସେଠାରେ କାମ କରୁଛି। ତାହାର ନାମ ରଖାଯାଇଛି ବ୍ୟୁରୋ ୧୨୧। ଏହି ଟିମ୍ରେ ୬,୦୦୦ରୁ ଅଧିକ ହ୍ୟାକର୍ଙ୍କୁ ନିୟୋଜିତ କରାଯାଇଛି।
ଅତ୍ୟନ୍ତ ଚତୁରତାର ସହ ସେମାନେ କ୍ରିପ୍ଟୋକରେନ୍ସିଗୁଡ଼ିକୁ ଚୋରି କରୁଛନ୍ତି। ସଫଳତାର ସହ ଚୋରି କରିବା ପରେ ପ୍ରଥମେ କିଛିଦିନ ସେଗୁଡ଼ିକୁ ନିଜ ପାଖରେ ରଖୁଛନ୍ତି। ଏହା ପରେ ଲଣ୍ଡରିଂର ଜାଲ ବିଛାଇ ତାହାକୁ ଅନ୍ୟ ମୁଦ୍ରାରେ ରୂପାନ୍ତରିତ କରୁଛନ୍ତି। ସେମାନେ ଏହି କାର୍ଯ୍ୟକୁ ଏତେ ଭଲ ଭାବେ କରୁଛନ୍ତି ଯେ ଆଜି ପର୍ଯ୍ୟନ୍ତ ସେଭଳି ଚୋରିକୁ ଧରି ହେଉନାହିଁ। ୨୦୨୧ରେ ଦକ୍ଷିଣ କୋରିଆ ପ୍ରାୟ ୩୦୦୦ କୋଟି ଟଙ୍କା ମୂଲ୍ୟର କ୍ରିପ୍ଟୋକରେନ୍ସି ଚୋରି କରିଛି ବୋଲି ଚେନାଲିସିସ୍ ନାମକ ଏକ ସଂସ୍ଥା ଦାବି କରିଛି।
ଚେନାଲିସିସ୍ ଜାରି କରିଥିବା ରିପୋର୍ଟରେ ଜଣାଇଛି ଯେ କ୍ରିପ୍ଟୋକରେନ୍ସି ଚୋରି କରି ଦକ୍ଷିଣ କୋରିଆ ଏହାର ଆଣବିକ ଓ ସାମରିକ ପରୀକ୍ଷଣ ଲାଗି ପାଣ୍ଠି ଯୋଗାଡ଼ କରୁଛି। ଗତବର୍ଷ ଚୋରି କରାଯାଇଥିବା କ୍ରିପ୍ଟୋକରେନ୍ସି ଦକ୍ଷିଣ କୋରିଆ ଅର୍ଥନୀତିର ୧.୫% ସହ ଓ ଏହାର ସାମରିକ ବଜେଟ୍ର ୧୦% ସହ ସମାନ। ଆମେରିକାର କଟକଣା ଯୋଗୁଁ ଏହା ପାଣ୍ଠି ଯୋଗାଡ଼ ପାଇଁ କ୍ରିପ୍ଟୋ ଚୋରି କରିବାକୁ ବାଧ୍ୟ ହେଉଛି।