‌ଭାରତୀୟ ରେଳର ଘରୋଇକରଣ ହେବନି: ଗୋୟଲ୍‌

ନୂଆଦିଲ୍ଲୀ : ଭାରତୀୟ ରେଳର ଘରୋଇକରଣ ହେବ ନାହିଁ ବୋଲି ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ଘରୋଇକରଣକୁ ମୁଁ ଖାରଜ କରିଛି। ଭାରତୀୟ ରେଳରେ ଅଧିକ ପୁଞ୍ଜିନିବେଶ କରିବା ଉପରେ ମୁଁ ବିଶ୍ବାସ କରୁଛି। ଆସନ୍ତା ୪-୫ ବର୍ଷ ଭିତରେ ଆମେ ଟ୍ରେନ୍ ଭିତରେ ୱାଇ-ଫାଇ ସେବା ପ୍ରଦାନ କରିବାକୁ ଚାହୁଛୁ। ଆସନ୍ତା ବର୍ଷ ଶେଷ ସୁଦ୍ଧା ସବୁ ରେଳ ଷ୍ଟେସନରେ ୱାଇ-ଫାଇ ସେବା ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର