ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି)ର ବ୍ରାଡି ହାଉସ୍ ଶାଖାର ଅଡିଟରମାନଙ୍କୁ ଆଇସିଏଆଇ(ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଅଫ୍ ଇଣ୍ଡିଆ) ପକ୍ଷରୁ ନୋଟିସ୍ ପ୍ରଦାନ କରାଯାଇଛି। ପିଏନ୍ବିର ଏହି ଶାଖାରୁ ଜାଲ୍ ଏଲ୍ଓୟୁ ମାଧ୍ୟମରେ ଦେଶର ବ୍ୟାଙ୍କ ଗୁଡ଼ିକରୁ ୧୩ ହଜାର କୋଟି ଟଙ୍କାରୁ ଊର୍ଧ୍ୱ ଅର୍ଥ ଠକି ନିଆଯାଇଛି। ନିରବ ମୋଦି ଓ ତାଙ୍କ ମାମୁଁ ମେହୁଲ୍ ଚୋକ୍ସି ଏହି ଅର୍ଥ ଉକ୍ତ ଶାଖାର ଅଧିକାରୀମାନଙ୍କୁ ହାତକରି ନେଇଛନ୍ତି। ତେବେ ଏହି ମାମଲାରେ ଆଇସିଆଇଏର ଶୃଙ୍ଖଳା ବୋର୍ଡ ସମ୍ମୁଖରେ ହାଜର ହେବା ଲାଗି ଏହି ନୋଟିସ୍ରେ କୁହାଯାଇଛି। ୨୦୧୧-୧୨ରୁ ୨୦୧୬-୧୭ ମଧ୍ୟରେ ବ୍ରାଡି ହାଉସ୍ ଶାଖାର ଅଡିଟ୍ କରିଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ୍ମାନଙ୍କର ଏକ ତାଲିକା ଆଇସିଏଆଇ ପ୍ରସ୍ତୁତ କରି ସେମାନଙ୍କୁ ନୋଟିସ ପଠାଇଛି। ଏହି ଅଡିଟରମାନେ ଆଇସିଏଆଇର ସଦସ୍ୟ ରହିଛନ୍ତି। ଚାଟାର୍ଡ ଆକାଉଣ୍ଟାଣ୍ଟ ଆଇନ ୧୯୪୯ ଅନୁଯାୟୀ ଏହି ନୋଟିସ ଜାରି କରାଯାଇ ସେମାନଙ୍କଠାରୁ ଜବାବ ତଲବ ହୋଇଛି ବୋଲି ଆଇସିଏଆଇର ସଦସ୍ୟ ଏସ୍. ବି. ଜଓ୍ଵାରେ କହିଛନ୍ତି। ଉପରୋକ୍ତ ସମୟ ମଧ୍ୟରେ ୮ଜଣ ଅଡିଟର ଏହି ଶାଖାର ଅଡିଟ୍ କରିଥିବାରୁ ସେମାନଙ୍କୁ ନୋଟିସ ଦିଆଯାଇଛି। ଏହା ପ୍ରାଥମିକ ପର୍ଯ୍ୟାୟର ଅନୁସନ୍ଧାନ। ଅଡିଟରମାନଙ୍କର କୌଣସି ତ୍ରୁଟି ଅଡିଟ୍ରେ ରହିଥିଲା କି ନାହିଁ ତାହା ଆଇସିଏଆଇ ଜାଣିବାକୁ ଚାହୁଁଛି। ଅଡିଟରମାନେ ଦୋଷୀ ବୋଲି ଏବେଠାରୁ କୁହାଯାଇ ପାରିବ ନାହିଁ। ଶୃଙ୍ଖଳା ବୋର୍ଡ ସମ୍ମୁଖରେ ହାଜର ହୋଇ ଉତ୍ତର ରଖିବା ପରେ ଠକେଇରେ ସେମାନଙ୍କ ଭୂମିକା କ’ଣ ରହିଥିଲା ତାହା ଜଣାପଡ଼ିବ ବୋଲି ଶ୍ରୀ ଜଓ୍ଵାରେ କହିଛନ୍ତି।
ପିଏନ୍ବି ବ୍ରାଡି ହାଉସ୍ ଶାଖାର ୮ ଅଡିଟରଙ୍କୁ ନୋଟିସ୍
/sambad/media/post_attachments/wp-content/uploads/2018/04/pnb-scam-660_041518050419.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)