ନଭେମ୍ବର ୧ରୁ ରେଳ ସମୟ ସାରଣୀରେ ହେବ ପରିବର୍ତ୍ତନ !

ନୂଆଦିଲ୍ଲୀ: ଭାରତୀୟ ରେଳ ନିଜର ଟ୍ରେନ୍‌ ଯାତ୍ରାର ସମୟକୁ ନେଇ ଏକ ଯୋଜନା ଆରମ୍ଭ କରିଛି। ଏଥିପାଇଁ ରେଳବାଇ ଜିରୋ ବେଷ୍ଟ ଟାଇମ ଟେବୁଲ ପ୍ରସ୍ତୁତ କରୁଛି। ଭାରତୀୟ ରେଳ ୧୩୦୦୦ ଯାତ୍ରୀବାହୀ ଟ୍ରେନ୍‌ ଓ ୮୦୦୦ ମାଲଗାଡ଼ିର ନୂତନ ସମୟ ସାରଣୀ ପ୍ରସ୍ତୁତ କରିଛି। ଏହି ଯୋଜନା ନଭେମ୍ବରରୁ ଲାଗୁ ହେବର ଲକ୍ଷ୍ୟ ରଖାଯାଇଛି।

ଭାରତୀୟ ରେଳ ନଭେମ୍ବର ୧ରୁ ନିଜର ୭୦୦ ଟ୍ରେନ୍‌ର ଯାତ୍ରା ଅବଧି ହ୍ରାସ କରିବାକୁ ଯାଉଛି। ଏଥିସହିତ ୪୮ ପୁରୁଣା ଟ୍ରେନ୍‌କୁ ସୁପରଫାଷ୍ଟ ଟ୍ରେନ୍‌ କରିବା ପାଇଁ ବି ଯୋଜନା ଜାରି ରହିଛି। କେବଳ ଏତିକି ନୁହେଁ, ୪୦ଟି ଟ୍ରେନ୍‌ର ଗତି ୫୫କିଲୋମିଟର ପ୍ରତିଘଣ୍ଟା କିମ୍ବା ଏହାଠାରୁ ଅଧିକ କରାଯିବାକୁ ମଧ୍ୟ ସ୍ଥିର କରାଯାଇଛି।

ଜିରୋ ବେଷ୍ଟ ଟାଇମ ଟେବୁଲରେ ସମାନ ଗତି ଓ ସମାନ ଦିଗ ପ୍ରତି ଯାଉଥିବା ଟ୍ରେନ୍‌କୁ ଗୋଟିଏ ପରେ ଗୋଟିଏ ଟ୍ରେନ୍‌କୁ ସମୟ ଦିଆଯାଇଥାଏ। କାରଣ କମ୍‌ ସମୟ ଭିତରେ ଅଧିକ ଟ୍ରେନ୍‌ ଯାତ୍ରା ଆରମ୍ଭ କରି ପାରିବେ। ଯାତ୍ରୀମାନଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଏହି ପ୍ରକାର ସମୟ ସାରଣୀ ପ୍ରସ୍ତୁତ କରାଯାଇଛି। ଏହି ଯୋଜନାର ବିଶେଷ ଲକ୍ଷ୍ୟ ହେଉଛି, ଦୂରସ୍ଥାନକୁ ଯାତ୍ରା କରୁଥିବା ଟ୍ରେନ୍‌ ରାତିରେ ଯାତ୍ରା ଆରମ୍ଭ କରି ସକାଳେ ତାର ଲକ୍ଷ୍ୟସ୍ଥଳରେ କିପରି ପହଞ୍ଚି ପାରିବ ସେ ନେଇ ସମୟ ପ୍ରସ୍ତୁତ କରଯାଇଛି।

୨୧୦୦୦ ଟ୍ରେନ୍‌ର ନୂତନ ସମୟ ମୁତାବିକ ସାରଣୀ ପ୍ରସ୍ତୁତ କରିବା ସହଜ କାମ ନୁହେଁ। ଏଥିପାଇଁ ଭାରତୀୟ ରେଳ ଅନେକ ବର୍ଷ ହେବ ଏହି ପ୍ରକାର ସମୟ ସାରଣୀର ଯୋଜନା ପ୍ରସ୍ତୁତ କାମରେ ଲାଗିଥିଲା। ଟ୍ରେନ୍‌ ସମୟ ବିଳମ୍ବ ହେବାର ମୁଖ୍ୟ କାରଣ ହେଉଛି, ପ୍ରିମିୟମ ଟ୍ରେନ୍‌ ସନ୍ଧ୍ୟା ସମୟରେ ଯାତ୍ରା ଆରମ୍ଭ କରିଥାଆନ୍ତି ଓ ସକାଳେ ଲକ୍ଷ୍ୟସ୍ଥଳରେ ପହଞ୍ଚି ଥାଆନ୍ତି। ଯାହାଫଳରେ ବହୁ ସଂଖ୍ୟାରେ ଟ୍ରେନ୍‌ ବିଳମ୍ବରେ ଯାତ୍ରା ଆରମ୍ଭ କରିଥାଆନ୍ତି। ସେହିପରି ମାଲଗାଡ଼ି ଯାତ୍ରାର କୌଣସି ନିଶ୍ଚିତ ସମୟ ସୀମା ନଥାଏ, କାରଣ ମାଲଗାଡ଼ି ଅର୍ଡର ମୁତାବକ ଯାତ୍ରା କରିଥାଏ।

ରେଳବାଇରେ ଆଉ ଏକ ବଡ଼ ସମସ୍ୟା ଦେଖା ଦେଉଛି। ରେଳଧାରଣାରେ କ୍ଷମତା ଯେତିକି ତାହାଠାରୁ ଅଧିକ ଟ୍ରେନ୍‌ ଚାଲୁଛି। ବିଶେଷ ଭାବେ ନର୍ଥ ରେଲେଓ୍ଵ, ନର୍ଥ-ଇଷ୍ଟ ରେଲେଓ୍ଵ ଓ ଇଷ୍ଟ ସେଣ୍ଟ୍ରାଲ ରେଲଓ୍ଵ କ୍ଷମତାରୁ ପାଖାପାଖି ୪୦ପ୍ରତିଶତ ଅଧିକ ଟ୍ରେନ୍‌ ଯାତାୟାତ କରୁଛି। ଏଭଳି ଟ୍ରେନର ଯାତ୍ରା ସମୟ ବହୁ ବିଳମ୍ବ ହୋଇଥାଏ। ଅନ୍ୟପକ୍ଷରେ ଦେଖିବାକୁ ଗଲେ, କୌଣସି ଗୋଟିଏ ଟ୍ରେନ୍‌ ବିଳମ୍ବ ହୋଇଗଲେ ସମସ୍ତ ଟ୍ରେନ୍‌ ବିଳମ୍ବ ହୋଇଯାଏ। ତେଣୁ ଟ୍ରେନ୍‌ର ସମୟ ସାରଣୀକୁ ପରିବର୍ତ୍ତନ କରିବା ପାଇଁ ରେଳବାଇ ଅନେକ ଦିନ ହେବ ଯୋଜନା କରିଆସୁଥିଲା। ଯାହାକୁ ନଭେମ୍ବର୧ରୁ ଲାଗୁ କରାଯିବ।

ସମ୍ବନ୍ଧିତ ଖବର