ଏୟାରଟେଲ ହୋଇଯିବ ବିଦେଶୀ କଂପାନି!

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ୍‌ର ପ୍ରମୋଟର୍‌ ଭାରତୀ ଟେଲିକମ୍ ୪୯୦୦ କୋଟି ଟଙ୍କାର ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍‌ଡିଆଇ) ପାଇଁ ସରକାରଙ୍କ ଅନୁମତି ଲୋଡ଼ିଛି। ସିଙ୍ଗାପୁର୍‌ର ସିଙ୍ଗ୍‌ଟେଲ୍‌ ଓ ଅନ୍ୟ କିଛି ସଂସ୍ଥା ଜରିଆରେ ଏହି ଏଫ୍‌ଡିଆଇ ଆସିବ। ଏହି ପ୍ରସ୍ତାବକୁ ସରକାର ଅନୁମତି ଦେଲେ ଦେଶର ସବୁଠୁ ପୁରୁଣା ଟେଲିକମ୍ କଂପାନି ଭାରତୀ ଏୟାରଟେଲ୍‌କୁ ବିଦେଶୀ ସଂସ୍ଥା ଭାବେ ବିବେଚନା କରାଯିବ। ଏଫ୍‌ଡିଆଇ ନିବେଶକୁ ଅନୁମତି ମିଳିଲେ ଭାରତୀ ଟେଲିକମ୍‌ରେ ବିଦେଶୀ ଅଂଶଧନ ପରିମାଣ ୫୦%ରୁ ଅଧିକ ହୋଇଯିବ। ଯଦ୍ବାରା କଂପାନିର ମାଲିକାନା ବିଦେଶୀ ଅଂଶଧନକାରୀଙ୍କ ହାତକୁ ଚାଲିଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.