ନୂଆଦିଲ୍ଲୀ: ଅନେକ ସମୟରେ ଯାତ୍ରୀମାନେ ଯାତ୍ରା କରିବାକୁ ଥିବା ଟ୍ରେନ୍ ସଂପର୍କରେ ତଥ୍ୟ ପାଇବା ଲାଗି ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଷ୍ଟେସନ୍କୁ ଫୋନ୍ କରିବା ବେଳକୁ ଲାଇନ୍ ବିଜି, ପୁଣି େଓ୍ଵବ୍ସାଇଟ୍ ଲଗ୍-ଇନ୍ କରିବା ବେଳକୁ ତାହା ଅତ୍ୟନ୍ତ ଧୀର ହୋଇଯାଏ। ଏସବୁ ସମସ୍ୟା ଦୂର ଲାଗି ଭାରତୀୟ ରେଲ୍ ଟ୍ରାଭେଲ ପୋର୍ଟାଲ୍ ମେକ୍ ମାଇଁ ଟ୍ରିପ୍ ସହ ମିଶି ଯାତ୍ରୀଙ୍କୁ ହ୍ଵାଟସ୍-ଆପ୍ ଜରିଆରେ ଯାତ୍ରୀଙ୍କୁ ଟ୍ରେନ୍ ସଂପର୍କରେ ସୂଚନା ଦେବା ଲାଗି ଏକ ବ୍ୟବସ୍ଥା ଆରମ୍ଭ କରିଛି। ନିମ୍ନୋକ୍ତ ପ୍ରକ୍ରିୟାରେ ଆପଣ ଜାଣିପାରିବେ ଟ୍ରେନ୍ର ଆଗମନ, ପ୍ରସ୍ଥାନ ଓ ସ୍ଥିତି ସଂପର୍କରେ ସୂଚନା।
୧-ଆପଣଙ୍କ ମୋବାଇଲରେ ୭୩୪୯୩୮୯୧୦୪ ନମ୍ବର ସେଭ୍ କରନ୍ତୁ।
୨-ଏବେ ହ୍ଵାଟସଅପ୍ ଯାଆନ୍ତୁ ଏବଂ ଯେଉଁ ଟ୍ରେନ୍ ସଂପର୍କରେ ସୂଚନା ଚାହୁଁଛନ୍ତି ସେହି ଟ୍ରେନ୍ର ନମ୍ବର ଟାଇପ୍ କରନ୍ତୁ।
୩-ସେଭ୍ ହୋଇଥିବା ନମ୍ବରକୁ ଟ୍ରେନ୍ ନମ୍ବର ପଠାଇ ଦିଅନ୍ତୁ।
୪-ଆପଣଙ୍କ ମେସେଜ ଡବଲ୍ ଟିକ୍ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। (ଏହା ଦ୍ୱାରା ଆପଣ ନିଶ୍ଚିତ ହେବେ ଯେ ମେସେଜ୍ ପହଞ୍ଚିଲା)
୫- ଏହା ପରେ ଆପଣଙ୍କ ହ୍ଵାଟସ୍ଆପ୍କୁ ଟ୍ରେନ୍ ସଂପର୍କିତ ସମସ୍ତ ବିବରଣୀ ଚାଲିଆସିବ।
୬-ସାଧାରଣ ଭାବେ ୧୦ ସେକେଣ୍ଡ ମଧ୍ୟରେ ସୂଚନା ଆସୁଥିବା ଜଣାପଡିଛି।
/sambad/media/post_attachments/wp-content/uploads/2018/07/railwahtsap-169x300.jpg)
ଏଥି ସହ ରେଳ ମନ୍ତ୍ରୀ ପିୟୁଷ ଗୋୟଲ୍ ନିକଟରେ ‘ରେଲ ମଦତ୍’ ନାମକ ଏକ ମୋବାଇଲ୍ ଆପ୍ ଜାରି କରିଛନ୍ତି। ଏହି ଆପ୍ ଦ୍ୱାରା ଯାତ୍ରୀମାନେ ରେଲ୍ ସଂପର୍କିତ ସବୁ ସୂଚନା ପାଇବା ସହ ଅଭିଯୋଗ ମଧ୍ୟ କରିପାରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/24_07_2018-indian-railways-whatsapp_18235151.jpg)