ଏବେ ହେବନି ସରକାରୀ ବୀମା କଂପାନି ମିଶ୍ରଣ

ନୂଆଦିଲ୍ଲୀ: ଦେଶର ତିନି ସରକାରୀ ବୀମା କଂପାନି ନ୍ୟାସନାଲ୍ ଇନ୍‌ସ୍ୟୁରାନ୍ସ, ୟୁନାଇଟେଡ୍ ଇନ୍‌ସ୍ୟୁରାନ୍ସ ଏବଂ ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ ମଧ୍ୟରେ ହେବାକୁ ଥିବା ମିଶ୍ରଣ କାର୍ଯ୍ୟ ବିଳମ୍ବିତ ହେବ। ତରବରିଆ ଭାବେ ମିଶ୍ରଣ କରିବାକୁ ଅର୍ଥ ମନ୍ତ୍ରଣାଳୟ ଚାହୁଁନାହିଁ। ସେଥିପାଇଁ ଆଉ ଏକ ଭଲ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ଦୀପମ୍ ବିଭାଗକୁ କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ ଆଉ ଏହି ମିଶ୍ରଣ ହୋଇପାରିବ ନାହିଁ। ଆସନ୍ତା ଆର୍ଥିକ ବର୍ଷରେ ଯେଉଁ ନୂଆ ସରକାର ଗଠନ ହେବ ତାହା ଉପରେ ଏହି ମିଶ୍ରଣର ଭାଗ୍ୟ ନିର୍ଭର କରିବ। ତିନି କଂପାନିକୁ ମିଶାଇ ସରକାର ଏକ ବଡ଼ ବୀମା କଂପାନି ଗଠନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର