ଓଡ଼ିଶାର ପ୍ରମୁଖ ସହରରେ ଉପସ୍ଥିତି ବଢ଼ାଇଲା ଜିଓଫାଇବର, ଏବେ ବରଗଡ଼ ଓ ସେମିଳିଗୁଡ଼ାରେ ସେବା ଆରମ୍ଭ

ଭୁବନେଶ୍ୱର:  ରାଜ୍ୟରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ  ଜିଓଫାଇବର ନିଜର ସେବା ପରିସର ବଢ଼ାଇଛି। ଜିଓ ବ୍ରଡବ୍ୟାଣ୍ଡ୍ ସେବା ଏବେ ବରଗଡ଼ ଓ ସେମିଳିଗୁଡ଼ା ସହରରେ ଉପଲବ୍ଧ ହୋଇଛି । ବରଗଡ଼ରେ ଜିଓଫାଇବର ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଏବେ ଶିବାନନ୍ଦନଗର, ଖଜୁର ଟିକ୍ରା, ଭଟଲି ଛକ, ମିଲନ ବିହାର, ଜର୍ଜ ହାଇସ୍କୁଲ ଅଂଚଳରେ ଉପଲବ୍ଧ ହୋଇଛି । ସେବାକୁ ସହରର ଅନ୍ୟ ଅଂଚଳକୁ ଦ୍ରୁତ ବେଗରେ ସମ୍ପ୍ରସାରଣ ପ୍ରକ୍ରିୟା ଚାଲିଛି। ସେହିଭଳି କୋରାପୁଟ ଜିଲ୍ଲାର ସେମିଳିଗୁଡ଼ା ସହରରେ ଶାସ୍ତ୍ରୀ ନଗର, ଇନ୍ଦ୍ର ନଗର, ଅରବିନ୍ଦ ନଗର, ସତ୍ୟ ନଗର, ସରସ୍ୱତୀ ନଗର, କୋଡ଼ିଗାଁ, ସନ୍ତୋଷୀ ମା’ ନଗର, ଗୋପବନ୍ଧୁ ନଗର, କୈଳାସ ନଗର, ଶାନ୍ତି ନଗର, ତଳସାହି ଓ ନିକଟସ୍ଥ ଅଂଚଳଗୁଡ଼ିକରେ ମଧ୍ୟ ଜିଓଫାଇବର ସେବା ଊପଲବ୍ଧ ହୋଇଛି । ଆଗାମୀ କିଛି ସପ୍ତାହ ମଧ୍ୟରେ ସହରର ଅନ୍ୟାନ୍ୟ ସ୍ଥାନକୁ ସେବାର ଦ୍ରୁତ ସମ୍ପ୍ରସାରଣ ନେଇ ଯୋଜନା ରହିଛି ।

ଜିଓଫାଇବର୍‌ର ନିରବଚ୍ଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ଇଟଂରନେଟ୍ ଯୋଗୁଁ ହଜାର ହଜାର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଉପକୃତ ହେଉଛନ୍ତି । ସେବାର ସମ୍ପ୍ରସାରଣ ଯୋଗୁଁ ଶହ ଶହ ପେସାଦାର ବିଶେଷ କରି ଆଇଟି ଓ ଅନ୍ୟାନ୍ୟ କ୍ଷେତ୍ରର କର୍ମଚାରୀମାନେ ବିନା ବାଧାରେ ନିଜ ନିଜ ସ୍ଥାନରେ ରହି ସହଜରେ ୱାର୍କ ଫ୍ରମ୍ ହୋମ୍ କରିପାରିଛନ୍ତି । ବ୍ୟବସାୟ ତଥା ପେସାର ଚାହିଦା ଅନୁସାରେ ସହରଗୁଡ଼ିକରେ ଥିବା ଅନ୍ୟାନ୍ୟ କ୍ଷୁଦ୍ର ଉଦ୍ୟୋଗ ଏବଂ ଶିକ୍ଷାନୁଷ୍ଠାନ ସହଜରେ ଡିଜିଟାଲ୍ ମୋଡ୍‌କୁ ଆପଣେଇପାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜିଓଫାଇବର ଏବେ ନୂଆ ପୋଷ୍ଟପେଡ୍ ବ୍ୟବହାରକାରୀଙ୍କ ପାଇଁ ‘ଶୂନ ପ୍ରବେଶ ମୂଲ୍ୟ’ ସୁବିଧା ପ୍ରଦାନ କରୁଛି । ଏଠାରେ ବ୍ୟବହାରକାରୀ ଏକ ଜିଓଫାଇବର ପୋଷ୍ଟପେଡ୍ ସଂଯୋଗ ପାଇଁ ବିନା ଦେୟରେ ୧୦ ହଜାର ଟଙ୍କା ମୂଲ୍ୟର ଇଟଂରନେଟ୍ ବକ୍ସ (ଗେଟ୍‌ୱେ ରାଉଟର୍‌), ସେଟ୍ ଟପ୍ ବକ୍ସ ଏବଂ ଇନଷ୍ଟଲେସନ୍ ପାଇପାରିବେ । ଆଉ ଏକ ବୈଶିଷ୍ଟ୍ୟ ହେଉଛି ଜିଓଫାଇବର ଏଟଂରଟେନ୍‌ମେଂଟ୍ ବୋନାଞ୍ଜା । ମାତ୍ର ୧୦୦ରୁ ୨୦୦ ଟଙ୍କା ଅତିିରିକ୍ତ ଦେଇ ଗ୍ରାହକମାନେ ଅସୀମିତ ମନୋରଂଜନ ପାଇପାରିବେ । ମାସକୁ ୩୯୯ ଟଙ୍କାରୁ ଆରମ୍ଭ ଦେୟ ସହିତ ଗ୍ରାହକମାନଙ୍କ ପାଇଁ ଅସୀମିତ ହାଇ ସ୍ପିଡ୍ ଇଟଂରନେଟ୍ ସେବା ଜାରି ରହିବ । ଏହା ବାଦ ଅତିରିକ୍ତ ୧୦୦ରୁ ୨୦୦ ଟଙ୍କା ଦେଇ ସେମାନେ ୧୪ଟି ପର୍ଯ୍ୟନ୍ତ ଲୋକପ୍ରିୟ ଓଟିଟି ଆପ୍ ସମ୍ଭାରରୁ ନିଜ ପସନ୍ଦର ବିଷୟବସ୍ତୁ ପାଇପାରିବେ ।

ଏଥି ସହିତ ଜିଓଫାଇବର୍ ସେବା ଓଡ଼ିଶାର ୨୯ଟି ସହରର ପ୍ରମୁଖ ଅଂଚଳଗୁଡ଼ିକରେ ଉପଲବ୍ଧ ହୋଇଛି । ଏହି ସହରଗୁଡ଼ିକ ମଧ୍ୟରେ ରହିଛି ଭୁବନେଶ୍ୱର, କଟକ, ପୁରୀ, ଜଟଣୀ, ଅନୁଗୁଳ, ସମ୍ବଲପୁର, ରାଉରକେଲା, ଝାରସୁଗୁଡ଼ା, ବେଲପାହାଡ଼, ବ୍ରଜରାଜନଗର, ସୁନ୍ଦରଗଡ଼, ବଲାଙ୍ଗୀର, କେନ୍ଦୁଝର, ଭବାନୀପାଟଣା, କୋରାପୁଟ, ରାୟଗଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ରୋଡ, ଭଦ୍ରକ, ତାଳଚେର, ଖୋର୍ଦ୍ଧା, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର, ରାଜଗାଙ୍ଗପୁର, ଢେଙ୍କାନାଳ, ସେମିଳିଗୁଡ଼ା ଓ ବରଗଡ଼ ।

ସମ୍ବନ୍ଧିତ ଖବର