ମୋବାଇଲ୍‌ ନମ୍ବର ସହ ଆଧାର ଲିଙ୍କ୍‌ ହୋଇନି? ଏହି ନମ୍ବରରେ କଲ୍‌ କରନ୍ତୁ, ହୋଇଯିବ ଲିଙ୍କ୍

ନୂଆଦିଲ୍ଲୀ : ଏଣିକି ଆପଣଙ୍କ ନିଜର ମୋବାଇଲ ନମ୍ବର ସହ ଆଧାର ଲିଙ୍କ୍‌ କରିବାକୁ ଆଉ ମୋବାଇଲ ଦୋକାନକୁ ଯିବାକୁ ପଡ଼ିବ ନାହିଁ । କାରଣ ଆଜିଠାରୁ ୟୁଆଇଡିଏଆଇ ପକ୍ଷରୁ ଓଟିପି ( ଓ୍ଵାନ ଟାଇମ ପାସଓ୍ଵାର୍ଡ) ଭିତ୍ତିକ ଆଇଭିଆରଏସ୍‌ (ଇଣ୍ଟରାକ୍ଟିଭ୍‌ ଭଏସ୍‌ ରେସପନ୍ସ ସିଷ୍ଟମ୍‌) ବ୍ୟବସ୍ଥା ଲାଗୁ ହୋଇଛି । ଏହା ଦ୍ୱାରା ଲିଙ୍କ୍‌ ହୋଇନଥିବା ଫୋନରୁ ୧୪୫୪୬ ନମ୍ବରକୁ ଫୋନକରି ଉପଭୋକ୍ତା ଆଧାର ଲିଙ୍କ କରିପାରିବେ ।
ଯଦି ଆପଣ ନିଜର ମୋବାଇଲ ନମ୍ବରକୁ ଆଧାର ଲିଙ୍କ୍‌ କରିନାହାନ୍ତି ତେବେ ନିମ୍ନ ଉପାୟରେ ଘରେ ବସି ତାହା କରିପାରିବେ । ଏଥିପାଇଁ ଆଉ ମୋବାଇଲ ଅପରେଟର ଷ୍ଟୋରକୁ ଯିବାର ଆବଶ୍ୟକତା ନାହିଁ ।

 

୧. ନିଜ ଫୋନରୁ ୧୪୫୪୬ ନମ୍ବରକୁ ଫୋନକରନ୍ତୁ ଓ ଆଇଭିଆର୍‌ ଭଏସକୁ ଅପେକ୍ଷା କରନ୍ତୁ ।
୨. କଲ୍‌ ଲାଗିଗଲେ ଆପଣଙ୍କୁ ଗୋଟିଏ ଭାଷା ବାଛିବାକୁ କହିବ । ଆପଣ ନିଜ ସୁବିଧା ଅନୁସାରେ ଗୋଟିଏ ଭାଷା ବାଛନ୍ତୁ ।
୩. ଏହା ପରେ ଆପଣଙ୍କୁ ଆଧାର ନମ୍ବର ଏଣ୍ଟର କରିବାକୁ କୁହାଯିବ । ଆଧାର ନମ୍ବର ଲେଖିବା ପରେ ତାହାକୁ ୟୁଆଇଡିଏଆଇ ନିକଟକୁ ଭେରିଫିକସନ ପାଇଁ ପଠାଯିବ ।
୪. ଭେରିଫିକେସନ ପରେ ଆପଣଙ୍କ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ । କଲ୍‌ ସମୟରେ ଆପଣଙ୍କୁ ଉକ୍ତ ଓଟିପି ନମ୍ବରକୁ ଏଣ୍ଟର କରିବାକୁ ହେବ ।
୫. ଓଟିପି ଏଣ୍ଟର କଲା ପରେ କଲ୍‌ କଟିଯିବ ଓ ଆଧାର ଲିଙ୍କ ସଂପର୍କରେ ଏକ କନଫର୍ମେସନ ଏସଏମଏସ ଆସିବ ।

ସମ୍ବନ୍ଧିତ ଖବର