ଠକାମିରୁ ବଞ୍ଚିବା ପାଇଁ ନିଜର ଏସ୍‌ବିଆଇ ନେଟ୍‌ ବ୍ୟାଙ୍କିଙ୍ଗ୍‌ ଆକାଉଣ୍ଟକୁ ଏଭଳି ଲକ୍‌ କରନ୍ତୁ

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ ମାଧ୍ୟମରେ ଟଙ୍କା ନେଣଦେଣର ସୁବିଧା ଆସିବା ପରଠାରୁ ଲୋକେ ଅନ୍‌ଲାଇନ୍‌ ଠକେଇର ଶିକାର ହେବାରେ ଲାଗିଛନ୍ତି । ନକଲି ଫୋନ୍‌ କଲ୍‌ କରି ବିବରଣୀ ନେବା ସହ ଦୁର୍ବୃତ୍ତମାନେ ଟଙ୍କା କାଢ଼ି ନେଉଛନ୍ତି । ଏଭଳି ସମସ୍ୟାର ସମାଧାନ ପାଇଁ ବିତ୍ତିୟ ସଂସ୍ଥା ବିଭିନ୍ନ ବାଟ ଆପଣାଉଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ୁନଥିବା ଦେଖିବାକୁ ମିଳୁଛି । ତେବେ ନିଜର ଗ୍ରାହକଙ୍କ ସମସ୍ୟାକୁ ଦେଖି ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏକ ନୂଆ ଫିଚର ଆଣିଛି । ଏହି ନୂଆ ଫିଚର ମାଧ୍ୟମରେ ଦରକାର ନ ଥିଲେ ଗ୍ରାହକମାନେ ନିଜର ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ଲକ୍‌ କରି ପାରିବେ । ଯାହାଦ୍ୱାରା ଆକାଉଣ୍ଟର ବିବରଣୀ କାଢ଼ିବା ସହଜ ହେବ ନାହିଁ ।

Image result for now-lock-your-sbi-net-banking-access-to-stop-fraudsters-from-swindling-your-money
New Indian Express

ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ େଓ୍ଵବ୍‌ସାଇଟ୍‌ ପକ୍ଷରୁ କୁହାଯାଇଛି କି, ଆପଣଙ୍କ ଆକାଉଣ୍ଟର ସୁରକ୍ଷା ଏବଂ ନିୟନ୍ତ୍ରଣ ପାଇଁ ଆପଣ ଏବେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌କୁ ଲକ୍‌ ବା ଅନ୍‌ଲକ୍‌ କରି ପାରିବେ । ଯାହାର ଲିଙ୍କ୍‌ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ର ହୋମ୍‌ ପେଜ୍‌ ବା ଲଗ୍‌ ଇନ୍‌ ପେଜ୍‌ରେ ଲକ୍‌ ଆଣ୍ଡ ଅନ୍‌ଲକ୍‌ ୟୁଜର ନାମରେ ଥିବ । ତେବେ ଏହି ସୁବିଧାର ଲାଭ କେବଳ କ୍ଷୁଦ୍ର ଗ୍ରାହକ ଉଠାଇପାରିବେ । କିନ୍ତୁ କର୍ପୋରେଟ୍‌ ଗ୍ରାହକମାନେ ଏହାର ଲାଭ ଉଠାଇ ପାରିବେ ନାହିଁ । କ୍ଷୁଦ୍ର ଗ୍ରାହକମାନେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଲକ୍‌ କରିବା ପୂର୍ବରୁ ନିଜର ପ୍ରୋଫାଇଲ ପାସ୍‌ଓ୍ଵାର୍ଡକୁ ମନେ ରଖିବା ଜରୁରୀ । ପ୍ରୋଫାଇଲ ପାସ୍‌ଓ୍ଵାର୍ଡ ଲଗ୍‌ ଇନ୍‌ଇନ୍‌ ପାସ୍‌ଓ୍ଵାର୍ଡଠାରୁ ଭିନ୍ନ ବୋଲି ଜାଣି ରଖନ୍ତୁ । ପ୍ରଥମେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ରେ ଲଗ୍‌ ଇନ୍‌ କରିବା ସମୟରେ ଆପଣ ଏହି ପ୍ରୋଫାଇଲ ପାସ୍‌ଓ୍ଵାର୍ଡ ନିଶ୍ଚୟ ତିଆରି କରିଥିବେ । ଯଦି ଆପଣ ଆପଣଙ୍କର ପ୍ରୋଫାଇଲ ପାସ୍‌ଓ୍ଵାର୍ଡ ଭୁଲି ଯାଇଛନ୍ତି, ତେବେ ଏହାକୁ ପୁଣି ଥରେ ତିଆରି କରିବା ପରେ ହିଁ ଆକାଉଣ୍ଟ ଲକ୍‌ କରନ୍ତୁ ।

ପ୍ରଥମେ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ େଓ୍ଵବ୍‌ସାଇଟ୍‌କୁ ଯାଇ ଏହି ଲିଙ୍କ୍‌ https://www.onlinesbi.com/ଉପରେ କ୍ଲିକ୍‌ କରନ୍ତୁ । ଯାହା ପରେ ପେଜ୍‌ର ବାମ ପଟେ ଆପଣଙ୍କୁ ଲକ୍‌ ଆଣ୍ଡ ଅନ୍‌ଲକ୍‌ ୟୁଜର ବିକଳ୍ପ ଦେଖାଇବ । ସେହି ବିକଳ୍ପ ଉପରେ କ୍ଲିକ୍‌ କରିବା ପରେ ଏକ ନୂଆ ପେଜ୍‌ ଖୋଲିବ । ସେଠାରେ ଦିଆଯାଇଥିବା ବକ୍ସକୁ ଭରିବା ପରେ କନ୍‌ଫର୍ମ ବଟନ୍‌ ଉପରେ କ୍ଲିକ୍‌ କରନ୍ତୁ ।

newindianexpress.com

ଏହା ପରେ ଆପଣଙ୍କ ସ୍କ୍ରିନ୍‌ ଉପରେ କିଛି ସର୍ତ୍ତାବଳୀ ଆସିବ । ଯଦି ଆପଣ ସେହି ସବୁ ସର୍ତ୍ତବଳୀ ପାଇଁ ରାଜି, ତେବେ ଓକେ ବଟନ୍‌ ଉପରେ କ୍ଲିକ୍‌ କରିବେ ।

newindianexpress.com

ଯାହା ପରେ ଆପଣଙ୍କ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ଏବଂ ଇମେଲ ଆଇଡିକୁ ଏକ ଓଟିପି ଯିବ । ଓଟିପି ଲେଖି ସବ୍‌ମିଟ୍‌ କରିବା ପରେ ଆପଣଙ୍କ ଆକାଉଣ୍ଟ ଲକ୍‌ ହୋଇଯିବ। ଅନ୍‌ଲକ୍‌ କରିବା ପାଇଁ ମଧ୍ୟ ସମାନ ପ୍ରଣାଳୀ ଆପଣାଇ ପାରିବେ ।

newindianexpress.com
ସମ୍ବନ୍ଧିତ ଖବର