ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ୯୦ ଡଲାର ତଳେ ରହିଛି। ଶୁକ୍ରବାର ଦିନ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ ବ୍ୟାରେଲ ପିଛା ୩.୭୪ ଡଲାର ହ୍ରାସ ଘଟି ୮୬.୭୨ ଡଲାର ରହିଛି; ଯାହାକି ଗତ ୭ ମାସ ମଧ୍ୟରେ ସର୍ବନିମ୍ନ।
ଏହାବ୍ୟତୀତ ଭାରତ ରିହାତି ମୂଲ୍ୟରେ ରୁଷିଆଠାରୁ ଅଧିକ ମାତ୍ରାରେ ଅଶୋଧିତ ତେଲ କିଣୁଛି। ଏସବୁ ସତ୍ତ୍ବେ ନିକଟ ଭବିଷ୍ୟତରେ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବା ସମ୍ଭାବନା ନାହିଁ। ବିଶେଷଜ୍ଞଙ୍କ କହିବାନୁଯାୟୀ, ତେଲ କମ୍ପାନିଗୁଡ଼ିକ ଏବେ କ୍ଷତି ସହୁଛନ୍ତି। ଭାରତରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହୋଇଛି। ଏଥିପାଇଁ ଭାରତକୁ ଅଶୋଧିତ ତେଲ ଆମଦାନି ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେଣୁ ଅଶୋଧିତ ତେଲ ଦରରେ ଅସ୍ଥିରତା, ଟଙ୍କା ମୂଲ୍ୟରେ ସୁଧାର ନଆସିବା ପର୍ଯ୍ୟନ୍ତ ପେଟ୍ରୋଲ ଓ ଡିଜେଲ ମୂଲ୍ୟରୁ ଗ୍ରାହକଙ୍କୁ ରିହାତି ମିଳିବା ଆଶା ନାହିଁ। ୩ଟି ସରକାରୀ ତେଲ କମ୍ପାନି ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୧୮୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/petrol_diesel_3_23094255.jpg)