ମୁମ୍ବାଇ : ବନ୍ଦ ହୋଇଯାଇଥିବା ଟେଲିକମ କମ୍ପାନି ରିଲାଏନ୍ସ କମ୍ୟୁନିକେସନର ଗ୍ରାହକମାନେ ଆସନ୍ତା ୨୦ ତାରିଖ ସୁଦ୍ଧା ନିଜର ପୁରୁଣା ନମ୍ବରକୁ ପୋର୍ଟେବଲିଟି କରି ଅନ୍ୟ ନେଟଓ୍ଵାର୍କକୁ ଯାଇପାରିବେ । କିନ୍ତୁ ଅନେକ ଅଞ୍ଚଳରେ ରିଲାଏନ୍ସ କମ୍ୟୁନିକେସନର ନେଟଓ୍ଵାର୍କ ଆସୁନଥିବାରୁ ଗ୍ରାହକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାର ଏକ ଉପାୟ ବାହାର କରିଛି ରିଲାଏନ୍ସ । କମ୍ପାନିର େଓ୍ଵବସାଇଟ୍‌ (http://www.rcom.co.in/) ଯାଇ ଉପଭୋକ୍ତାମାନେ ୟୁପିସି କୋଡ୍‌ ବାହାର କରିପାରିବେ । େଓ୍ଵବସାଇଟ୍‌ର ହୋମ ପେଜ୍‌ ଯାଇ ତାହାକ ଡାହାଣ ପଟେ ଏକ ଲାଲ ରଂଗର ପ୍ୟାନେଲ ଦେଖିବାକୁ ମିଳିବ । ଉକ୍ତ ଲାଲ ପ୍ୟାନେଲର ତଳ କୋଠରୀରେ ଲେଖାଥିବ UPC Code for MNP । ସେଥିରେ କ୍ଲିକ୍‌ କଲେ ବାହାରିବ ୟୁପିସି କୋଡ୍‌ ରିକ୍ୱେଷ୍ଟ ଫର୍ମ ବାହାରିବ । ଏହାକୁ ବ୍ୟବହାର କରି ନିଜର ମୋବାଇଲ ନମ୍ବର ପୋର୍ଟେବିଲିଟି କରିହେବ ।

Advertisment

ଗତ ବର୍ଷ ଦେଶର ବିଭିନ୍ନ ସର୍କଲରେ ସେବା ବନ୍ଦ କରାଯିବା ବିଷୟ ଘୋଷଣା କରିଥିଲା ରିଲାଏନ୍ସ କମ୍ୟୁନିକେସନ୍ସ । ଗ୍ରାହକମାନେ ଏକ ମାସ ମଧ୍ୟରେ ନମ୍ବର ପୋର୍ଟେବିଲିଟି କରି ଅନ୍ୟ ଅପରେଟରଙ୍କ ସେବା ନେଇପାରିବେ ବୋଲି କୁହାଯାଇଥିଲା । ତେବେ କମ୍ପାନିର ଗ୍ରାହକମାନେ ଅନ୍ୟ କମ୍ପାନିକୁ ପୋର୍ଟିଂ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଟ୍ରାଇ  ନିକଟରେ ଅଭିଯୋଗ ପହଞ୍ଚିବା ପରେ ଏହାର ଅବଧିକୁ ବୃଦ୍ଧି କରାଯାଇଥିଲା । ପୂର୍ବରୁ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ କମ୍ପାନିକୁ ୟୁନିକ୍‌ ପୋର୍ଟିଂ କୋଡ୍‌(ୟୁପିସି) ସକ୍ରିୟ ରଖିବାକୁ ଟ୍ରାଇ କହିଥିଲା । ପରେ ଏହାକୁ ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବଢାଯାଇଥିଲା । ଏବେ ତାହାକୁ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ବଢାଯାଇଛି ।