ଏଣିକି ଏସବିଆଇ ଏଟିଏମ କାର୍ଡରେ ମିଳିବ ଇଏମଆଇ ସୁବିଧା
ଯଦି ଆପଣ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ଆକାଉଣ୍ଟଧାରୀ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି | ଏଣିକି ଆପଣଙ୍କୁ ନିଜର ଏଟିଏମ୍ କାର୍ଡ ବା ଡେବିଟ କାର୍ଡରେ ଇଏମଆଇ ସୁବିଧା ମିଳିବ | ଅର୍ଥାତ ଏହି ଉତ୍ସବ ସମୟରେ ଆପଣ ସପିଙ୍ଗ କରିବାକୁ ଚାଁହୁଥିଲେ ଆକାଉଣ୍ଟରେ ଟଙ୍କା ନଥିଲେ ବି ଚଳିବ | ଆପଣ ପ୍ରଥମେ ଜିନିଷ କିଣି ସହଜରେ ମାସିକିଆ କିସ୍ତି ଦେଇ ସୁଝିପାରିବେ | ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍ କାର୍ଡ ଏସବିଆଇ ଏକ ସ୍ୱତନ୍ତ୍ର ସୁବିଧା ଦେଉଛି |
Sambad is now on WhatsApp
Join and get latest news updates delivered to you via WhatsApp
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅନୁଯାୟୀ, ବର୍ତ୍ତମାନ ଇଏମଆଇ ସୁବିଧା ସହିତ ଡେବିଟ୍ କାର୍ଡ ଦିଆଯାଉଛି। ଏହା ସେହି ଗ୍ରାହକଙ୍କୁ ଲାଭ ଦେବ ଯେଉଁମାନେ ଡେବିଟ କାର୍ଡ ମାଧ୍ୟମରେ ଅନଲାଇନ୍ ସପିଂ କରିବାକୁ ଚାହୁଁଛନ୍ତି | ଗ୍ରାହକମାନେ ତୁରନ୍ତ ସେମାନଙ୍କର କ୍ରୟକୁ ସହଜ କିସ୍ତିରେ ରୂପାନ୍ତର କରିପାରିବେ |
Let your Debit Card give you joy on-the-go and EMI on-the-spot!
Know more about EMIs on SBI Debit card today: https://t.co/OfXmZXXcZG#SwipeUpWithSBI #DebitCard #EMI #DebitCardEMI pic.twitter.com/P6hMaembfz— State Bank of India (@TheOfficialSBI) October 6, 2020
ସୂଚନା ଅନୁଯାୟୀ, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍ କାର୍ଡରେ ପ୍ରି ଅନୁମୋଦିତ ଇଏମଆଇ ସୁବିଧା ପ୍ରଦାନ କରୁଛି। ଆପଣ ଏହି ସୁବିଧା ପାଇଛନ୍ତି କି ନାହିଁ, ବ୍ୟାଙ୍କରୁ ସୂଚନା ମିଳିପାରିବ | ବଡ କଥା ଯେ ଡେବିଟ କାର୍ଡ ମାଧ୍ୟମରେ ଗ୍ରାହକମାନେ ଲୋକପ୍ରିୟ ଅନଲାଇନ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ଏବଂ ଆମାଜନରେ ଏହି ସୁବିଧା ପାଇପାରିବେ |