ଘରେ ବସି ଏଲ୍‌ଆଇସି ଦାବି ଆବେଦନ କରିହେବ

ଭୁବନେଶ୍ବର: ଏଲ୍‌ଆଇସି ଗ୍ରାହକମାନେ ଘରେ ବସି ଦାବି ପାଇଁ ଆବେଦନ କରିପାରିବେ। ଏଥିପାଇଁ କଂପାନି ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। କୋଭିଡ୍‌-୧୯କୁ ନେଇ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଏଲ୍‌ଆଇସି ପକ୍ଷରୁ ଗ୍ରାହକଙ୍କୁ ଏହି ସୁବିଧା ଦିଆଯାଇଛି। ସେମାନେ ଇ-ମେଲ୍‌ ଜରିଆରେ ଦାବି ସମାଧାନ ସମ୍ପର୍କିତ କାଗଜପତ୍ର ଦାଖଲ କରିପାରିବେ। ଗ୍ରାହକମାନେ କଂପାନିର ୱେବସାଇଟ୍‌ରୁ ଆବେଦନ ଫର୍ମ ଡାଉନ୍‌ଲୋଡ୍ କରିପାରିବେ। ଗ୍ରାହକମାନେ ନିକଟସ୍ଥ ଯେକୌଣସି ଏଲ୍‌ଆଇସି କାର୍ଯ୍ୟାଳୟରେ ପଲିସି ବଣ୍ଡ୍‌, ଡିସ୍‌ଚାର୍ଜ ଭାଉଚର୍‌, ଏନ୍‌ଇଏଫ୍‌ଟି ତଥ୍ୟ ଆଦି ଦାଖଲ କରିପାରିବେ ବୋଲ ଏଲ୍‌ଆଇସିର ପୂର୍ବ କେନ୍ଦ୍ରୀୟ ଜୋନ୍‌ର ଜୋନାଲ୍‌ ମ୍ୟାନେଜର ମହେନ୍ଦ୍ର କୁମାର ସୂଚନା ଦେଇଛନ୍ତି। ଏହି ସୁବିଧା ଚଳିତ ମାସ ୩୦ ପର୍ଯ୍ୟନ୍ତ ମିଳିବ।

ସମ୍ବନ୍ଧିତ ଖବର