ଆମାଜନରେ ମିଳିବ ରଜନୀକାନ୍ତଙ୍କ ଅଟୋଗ୍ରାଫ ଥିବା ଟି-ସାର୍ଟ, ସଚିନଙ୍କ ବ୍ୟାଟ୍‌

ନୂଆଦିଲ୍ଲୀ : ଅମାଜନ୍‌ ଡଟ୍‌ ଇନ୍‌ରେ ମନୋରନ ଏବଂ ସ୍ପୋର୍ଟସ୍‌ କଲେକ୍ଟବୁଲ୍‌ ଷ୍ଟୋରର ଶୁଭାରମ୍ଭ କରାଯାଇଛି। ଏହି ଷ୍ଟୋରରେ ଫୁଟବଲ କଲେକସନ୍‌ ଉପଲବ୍ଧ ହେଉଛି। ବିଭିନ୍ନ ଉତ୍ପାଦ ମଧ୍ୟରେ ରଜନୀକାନ୍ତଙ୍କ ହସ୍ତାକ୍ଷର ଥିବା ଟି-ସାର୍ଟ, ଚେରିସ୍‌ ଗାୟଲେ ହସ୍ତାକ୍ଷରଥିବା ବ୍ୟାଟ୍‌, ଡେସ୍କ ଆଭେଞ୍ଜର କଲେକସନ୍‌ରେ ସ୍ପାଇଡରମ୍ୟାନ୍‌ ଫଟୋଥିବା ସାମଗ୍ରୀ ଉପଲବ୍ଧ ହେଉଛି। ମନୋରଂଜନ ସାମଗ୍ରୀ ମଧ୍ୟରେ ଅଲଟ୍ରା ମିଡ଼ିଆ, ଭକ୍ସ୍‌ ପପ୍‌ ଆଦିର ସାମଗ୍ରୀ ଉପଲବ୍ଧ ହେଉଛି। ସେହିପରି ଫୁଟବଲ ବିଶ୍ୱ କପ୍‌ ଅବସରରେ ଟି-ସାର୍ଟ, ବବଲଡେସ୍‌, ମିନି ଫୁଟବଲ ବୁଟସ୍‌, ଫ୍ଲାଗ୍‌, ଫୁଟବଲ, ଟେବୁଲ୍‌ ଫ୍ଲାଗ୍‌, ବିଭିନ୍ନ ଟିମର ପୋଷ୍ଟର ଉପଲବ୍ଧ ହେଉଛି।

ଏହି ଅବସରରେ ଅମାଜନ୍‌ ଇଣ୍ଡିଆର ଜିଏମ୍‌ ସେଲର ସର୍ଭିର୍ସ୍‌ ଏବଂ ନିର୍ଦ୍ଦେଶକ ଗୋପାଳ ପିଲାଇ କହିଲେ, ‘ଆମାଜନରେ ବିସ୍ତୃତ ବର୍ଗର ସାମଗ୍ରୀ ଆମର ଯୋଜନା ଅନୁସାରେ ଉପଲବ୍ଧ ହେଉଛି। ଫଳରେ ଗ୍ରାହକ ସେମାନଙ୍କର ମନ ପସନ୍ଦର ସାମଗ୍ରୀ କ୍ରୟ କରିବାର ସୁଯୋଗ ଲାଭ କରିପାରୁଛନ୍ତି । ଏଠାରେ ବିଭିନ୍ନ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ ସାମିଲ୍‌ ହୋଇ ସେମାନଙ୍କର କାରବାର ପରିସୀମାକୁ ବର୍ଦ୍ଧିତ କରିବାକୁ ସକ୍ଷମ ହେବା ସହିତ ବିଶ୍ୱସ୍ତରରେ ଗ୍ରାହକ ଆଦୃତି ଲାଭ କରିବାକୁ ସକ୍ଷମ ହୋଇପାରୁଛନ୍ତି । ଏହାଦ୍ୱାରା ଗ୍ରାହକ ନିଜର ବହୁବିଧ ଆବଶ୍ୟକତା ପୂରଣର ଅବସର ଲାଭ କରିପାରୁଛନ୍ତି । ସମ୍ପ୍ରତି ୯ ଅନ୍‌-ବୋର୍ଡ ବିକ୍ରେତାଙ୍କ ପକ୍ଷରୁ ଅଟୋଗ୍ରାଫ୍‌ ଥିବା ସାମଗ୍ରୀ ବିକ୍ରି କରାଯାଉଛି। ସଚିନ ତେନ୍ଦୁଲକର ହସ୍ତାକ୍ଷର ଥିବା ବ୍ୟାଟ୍‌ର ମୂଲ୍ୟ ୩୦୦ଟଙ୍କାରୁ ୬୫ ହଜାର ଟଙ୍କା ରହିଛି। ଲିମିଟେଡ୍‌ ବ୍ୟାଟମ୍ୟାନ୍‌ ଫିଗର ଥିବା ସାମଗ୍ରୀର ମୂଲ୍ୟ ୧୯୯ ଟଙ୍କାଠାରୁ ୪୦ ହଜାର ଟଙ୍କା ରହିଛି ।

ସମ୍ବନ୍ଧିତ ଖବର