ଏହି ବ୍ୟାଙ୍କମାନଙ୍କ ଜରିଆରେ ଆଧାର କାର୍ଡ ପଞ୍ଜିକରଣ ସହିତ ତ୍ରୁଟିକୁ ସଂଶୋଧନ କରି ପାରିବେ

ନୂଆଦିଲ୍ଲୀ: ଏଣିକି ଆଧାର କାର୍ଡ ପଞ୍ଜିକରଣ ତଥା ଆଧାର କାର୍ଡରେ ଯଦି କୌଣସି ତ୍ରୁଟି ରହିଛି ତେବେ ଏହାର ସଂଶୋଧନ ବ୍ୟାଙ୍କ ଜରିଆରେ କରି ପାରିବେ। ୟୁଆଇଡିଆଇଙ୍କ କହିବାନୁସାରେ, ଦେଶର ସମସ୍ତ ସାର୍ବଜନିକ ବ୍ୟାଙ୍କରେ ୧୦ପ୍ରତିଶତ ଶାଖାରେ ଆଧାର କେନ୍ଦ୍ର ଖୋଲା ଯାଇଛି। ଏହି କେନ୍ଦ୍ରରେ ଆପଣ ଆଧାର କାର୍ଡ ପଞ୍ଜିକରଣ କରିବା ସହିତ ଅପଡେଟ ମଧ୍ୟ କରି ପାରିବେ।

ବ୍ୟାଙ୍କରେ ଆଧାର କେନ୍ଦ୍ର ଖୋଲିବା ଦ୍ୱାରା ସବୁଠାରୁ ଅଧିକ ଫାଇଦା ବ୍ୟାଙ୍କ ବ୍ୟବହାରକାରୀଙ୍କୁ ହେବ। କାରଣ ପାଖାପାଖି ସମସ୍ତ ବ୍ୟାଙ୍କ ଜମା ଖାତା ଖୋଲିବା ପାଇଁ ଆଧାରକାର୍ଡକୁ ଅନିବାର୍ଯ୍ୟ କରି ଦେଇଛନ୍ତି। ଏମିତିରେ ଯେଉଁ ବ୍ୟବହାରକାରୀଙ୍କୁ ଖାତା ଖୋଲିବା ପାଇଁ ଆଧାର କେନ୍ଦ୍ର ଯିବାକୁ ପଡ଼ୁଥିଲା ସେମାନେ ଏବେ ବ୍ୟାଙ୍କରେ ଆଧାର କାର୍ଡ ସହଜ ଓ ସୁବିଧାରେ ବନାଇ ପାରିବେ।

ସରକାରଙ୍କ ଆଦେଶ ପରେ ପାଖାପାଖି ୧୨ହଜାର ବ୍ୟାଙ୍କ ଶାଖାରେ ଆଧାର କେନ୍ଦ୍ର କରାଯାଇଛି। ଏହି ବ୍ୟାଙ୍କମାନଙ୍କ ମଧ୍ୟରେ ଏସ୍‌ବିଆଇ, ପିଏନ୍‌ବି, ଆଲହାବାଦ, ୟୁନିୟନ୍‌, ବ୍ୟାଙ୍କ ଅଫ ବଡୋଦା ସମତେ ସମସ୍ତ ସାର୍ବଜନିକ କ୍ଷେତ୍ରର ବ୍ୟାଙ୍କ ସାମିଲ ରହିଛି। ଆପଣ ଏଥି ମଧ୍ୟରୁ କୌଣସି ବି ବ୍ୟାଙ୍କ ଯାଇ ଆଧାର କାର୍ଡ ପଞ୍ଜିକରଣ କିମ୍ବା ସଂଶୋଧନ କରି ଅପଡେଟ କରି ପାରିବେ। ଆଧାର କେନ୍ଦ୍ର ଭଳି ବ୍ୟାଙ୍କରେ ଥିବା ଆଧାର କେନ୍ଦ୍ରରେ ସମସ୍ତ ସେବା ମାଗଣା ରହିଛି।

ସମ୍ବନ୍ଧିତ ଖବର