ଏଣିକି ଇନ୍‌ଷ୍ଟା ବ୍ୟବହାରକାରୀମାନେ ୱେବ୍‌ ଚାଟିଂ କରିପାରିବେ

ନୂଆଦିଲ୍ଲୀ: ବହୁ ଦିନର ଅପେକ୍ଷା ପରେ ଶେଷର ଇନ୍‌ଷ୍ଟାଗ୍ରାମ ବ୍ୟବହାରକାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସାମାନ୍ୟ ପରିବର୍ତ୍ତନ ଆଣିଛି। ଏଣିକି ଇନ୍‌ଷ୍ଟା ବ୍ୟବହାରକାରୀମାନେ ସିଧାସଳଖ ୱେବ୍‌ରୁ ମେସେଜ୍‌ ପଠାଇ ପାରିବେ। ପୂର୍ବରୁ କେବଳ ମୋବାଇଲ୍‌ରେ ଚାଟିଂ କରିବା ସୁବିଧା ଉପଲବ୍ଧ ଥିବା କାରଣରୁ ୱେବ୍‌ ବ୍ୟବହାରକାରୀମାନେ ଇନ୍‌ଷ୍ଟା ଚାଟିଂ ସହ ‌ଯୋଡ଼ି ହୋଇ ପାରୁନଥିଲେ। ଏବେ କିନ୍ତୁ ଆଉ ସେ ଅସୁବିଧା ହେବ ନାହିଁ।

ବଛା ବଛା କେତେଜଣ ବ୍ୟବହାରକାରୀଙ୍କୁ ସାମିଲ୍‌ କରାଇ କମ୍ପାନି ଜାନୁଆରିରୁ ଏହି ପରିବର୍ତ୍ତନ ପାଇଁ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଶେଷରେ ଏପ୍ରିଲ୍‌ରେ ସଫଳତା ଅର୍ଜନ କରିଛି।

ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ ତା’ର ଅଫିସିଆଲ୍‌ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏହି ଘୋଷଣା କରିବା ପରେ ଇନ୍‌ଷ୍ଟା ବ୍ୟବହାରକାରୀଙ୍କ ଭିତରେ ଉତ୍ସାହ ବୃଦ୍ଧି ପାଇଛି। ଟ୍ବିଟ୍‌ କରାଯାଇ ଲେଖାଯାଇଛି କି ଆପଣ ଏବେ ସିଧାସଳଖ ଆପଣଙ୍କ ଡେସ୍କଟପ୍‌ରୁ ମେସେଜ୍‌ କରିପାରିବେ। ବିଶ୍ବର କେଉଁ ବି କୋଣରେ ଥାଆନ୍ତୁ ନା କାହିଁକି।

ମେସେଞ୍ଜର୍‌ ଓ ହ୍ବାଟ୍‌ସଆପ୍‌କୁ ଛାଡ଼ିଦେଲେ ଆଉ ସେପରି କୌଣସି ଲୋକପ୍ରିୟ ମେସେଜିଂ ଆପ୍‌ ନଥିବା କାରଣରୁ ଇନ୍‌ଷ୍ଟା ଚାଟିଂ ମଧ୍ୟ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଫଟୋ ସେୟାରିଂ ଏହି ଆପ୍‌ରେ ବ୍ୟବହାରକାରୀମାନେ ‌ଏବେ ସେମାନଙ୍କର ଭାବପ୍ରବଣତାକୁ ବି ବାଣ୍ଟିପାରିବେ ବୋଲି କମ୍ପାନି ପକ୍ଷରୁ କାହାଯାଇଛି।

 

ସମ୍ବନ୍ଧିତ ଖବର