ଏନ୍‌ପିଏ ଖାତାରୁ ୨୦ ହଜାର କୋଟି ଆଦାୟ କରିବ ପିଏନ୍‌ବି

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଏହାର ଏନ୍‌ପିଏ ହୋଇଥିବା ଖାତାରୁ ୨୦ ହଜାର କୋଟି ଟଙ୍କାର ଋଣ ଆଦାୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ବ୍ୟାଙ୍କ ଏହି ଆର୍ଥିକ ବର୍ଷର ପ୍ରଥମ ୨ ମାସରେ ପ୍ରାୟ ୫,୬୦୦ କୋଟି ଟଙ୍କାର ଖରାପ ହୋଇଥିବା ଋଣ ଆଦାୟ କରିପାରିଛି। ଗତ ଆର୍ଥିକ ବର୍ଷରେ ପିଏନ୍‌ବ ରେ ହୋଇଥିବା ଠକେଇ ଯୋଗୁ ପିଏନ୍‌ବିକୁ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହୋଇଥିବା ତ୍ରୈମାସିକ ଆର୍ଥିକ ଫଳାଫଳରେ ୧୩,୪୧୬.୯୧ କୋଟି ଟଙ୍କାର ବିପୁଳ କ୍ଷତି ସହିବାକୁ ପଡ଼ିଥିଲା। ଚାପଗ୍ରସ୍ତ ସମ୍ପିର ସଠିକ୍‌ ପରିଚାଳନା ପାଇଁ ବ୍ୟାଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ବିଭାଗ ଖୋଲାଯାଇ ଏହା ମାଧ୍ୟମରେ ଋଣ ଆଦାୟ ପଦ୍ଧତିକୁ ତ୍ୱରାନ୍ଵିତ କରିବା ପାଇଁ ଉଦ୍ୟମ ଜାରି ରହିଛି। ସେହିପରି ଋଣ ମଞ୍ଜୁରୀଠାରୁ ଆରମ୍ଭ ହୋଇ ଋଣ ପ୍ରଦାନ ପର୍ଯ୍ୟନ୍ତ ଥିବା ପଦ୍ଧତିରେ ବ୍ୟାଙ୍କର ଅଧିକ କର୍ମଚାରୀମାନଙ୍କୁ ସାମିଲ କରାଯାଇ ସଠିକ୍‌ ନିରୀକ୍ଷଣ କଲାପରେ ଋଣ ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧିତ ଖବର