ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ତୁଳନାରେ ନ୍ୟାସନାଲ ପେନସନ ସିଷ୍ଟମ୍ (ଏନ୍ପିଏସ୍)ରେ ଅଧିକ ରିଟର୍ଣ୍ଣ ମିଳୁଛି। ଉକ୍ତ ଦୁଇଟି ସଂସ୍ଥାର ଗତ ୭ ବର୍ଷର ରିଟର୍ଣ୍ଣ ତଥ୍ୟକୁ ବିଶ୍ଳେଷଣରୁ ଏହା ଜଣାଯାଇଛି।
୭ ବର୍ଷ ପୂର୍ବେ ଯଦି ଜଣେ ବ୍ୟକ୍ତି ଏନପିଏସ୍ରେ ୧୦୦ ଟଙ୍କା ରଖିଥାନ୍ତି ତାହେଲେ ୨୦୨୩ରେ ସେହି ରାଶି ୧୮୨ ଟଙ୍କାରେ ପରିଣତ ହୋଇଥାନ୍ତା। କିନ୍ତୁ ଇପିଏଫଓର ରିଟର୍ଣ୍ଣ ବାବଦରେ ତାଙ୍କୁ ୧୭୬ ଟଙ୍କା ମିଳିଥାନ୍ତା। ଗତ ୭ ବର୍ଷ ମଧ୍ୟରେ ଏନପିଏସ୍ ରିଟର୍ଣ୍ଣ ବାର୍ଷିକ ୪ ପ୍ରତିଶତରୁ ୧୬ ପ୍ରତିଶତ ମଧ୍ୟରେ ରହିଛି। କିନ୍ତୁ ଇପିଏଫଓର ବାର୍ଷିକ ସୁଧ ହାର ଏହି ସମୟ ମଧ୍ୟରେ ୮ରୁ ୯ ପ୍ରତିଶତ ଭିତରେ ରହିଛି। ତେଣୁ ଇପିଏଫଓ ତୁଳନାରେ ଏନପିଏସରୁ ସଦସ୍ୟମାନଙ୍କୁ ଅଧିକ ଲାଭ ମିଳିଛି।