ମୁମ୍ବାଇ: ୨୦୧୫ ମସିହାରେ କୋ-ଲୋକେସନ ମାମଲାରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ବିରୋଧରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ଆଜି କଠୋର ପଦକ୍ଷେପ ନେଇଛି। ସିକ୍ୟୁରିଟିଜ୍ ମାର୍କେଟକୁ ଏନଏସଇ ୬ ମାସ ପାଇଁ ପଶି ପାରିବ ନାହିଁ ବୋଲି ନିର୍ଦେଶ ଦେଇଛି। ଏଥିସହିତ ୬୨୫ କୋଟି ଟଙ୍କାର ଜରିମାନା ମଧ୍ୟ ଲଗାଇଛି। ୬୨୫ କୋଟି ଟଙ୍କାର ଜରିମାନା ରାଶିକୁ ସେମାନେ ୨୦୧୪ ଏପ୍ରିଲ ପହିଲାରୁ ୧୨ ପ୍ରତିଶତ ସୁଧ ସହ ପ୍ରଦାନ କରିବେ। ଏହି ପାଣ୍ଠି ସେବିର ନିବେଶକ ସୁରକ୍ଷା ଏବଂ ଶିକ୍ଷା ପାଣ୍ଠି (ଆଇପିଇଏଫ)ରେ ରହିବ। ଏଥିସହିତ ଏନଏସଇର ଦୁଇଜଣ ପୂର୍ବତନ ସିଇଓ ରବି ନାରାୟଣ ଏବଂ ଚିତ୍ରା ରାମକ୍ରିଷ୍ଣାଙ୍କ ସମେତ ୧୬ ଜଣଙ୍କୁ ଦୋଷୀ ଦର୍ଶାଇଛି। ଉପରୋକ୍ତ ୨ ସିଇଓ ୨୦୧୦-୧୧ ଆର୍ଥିକ ବର୍ଷରୁ ୨୦୧୨-୧୩ ଆର୍ଥିକ ବର୍ଷ ମଧ୍ୟରେ ନେଇଥିବା ଦରମାର ୨୫% ଅର୍ଥ ୪୫ ଦିନ ମଧ୍ୟରେ ଆଇପିଇଏଫରେ ଜମା କରିବେ। ଏଥିସହିତ ସେମାନେ ୩ ବର୍ଷ ପାଇଁ କୌଣସି ଲିଷ୍ଟେଡ କମ୍ପାନି କିମ୍ବା ବଜାର ଭିତ୍ତିଭୂମି ପ୍ରତିଷ୍ଠାନ କିମ୍ବା ଅନ୍ୟ କୌଣସି ବଜାର ମଧ୍ୟସ୍ଥ ସଂସ୍ଥା ସହ ଜଡ଼ିତ ହୋଇପାରିବେ ନାହିଁ ବୋଲି ସେବି ଏହାର ଆଦେଶରେ କହିଛି। ସେବି ପକ୍ଷରୁ ଏହି ଦଣ୍ଡ ଘୋଷଣା କରାଯିବା ପରେ ଏନଏସଇ ପକ୍ଷରୁ ନିକଟ ଭବିଷ୍ୟତରେ ଅଣାଯିବାକୁ ଥିବା ୧୦ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାରମ୍ଭିକ ପବ୍ଲିକ୍ ଅଫର୍ (ଆଇପିଓ) ବିଳମ୍ବ ହେବ।
ଏନ୍ଏସ୍ଇ ଉପରେ ୬୨୫ କୋଟି ଜରିମାନା ଲଗାଇଲା ସେବି
/sambad/media/post_attachments/wp-content/uploads/2019/05/nse.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)