ମୌନି ରାୟଙ୍କ ଫଟୋ ପୋଷ୍ଟ କରି ହଟହଟା ହେଲା ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ

ନୂଆଦିଲ୍ଲୀ: ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ଶନିବାର ଟ୍ୱିଟରରେ ଏକ ବଡ ଭୁଲ କରିଛି। ଯେଉଁଥିପାଇଁ ସୋସିଆଲ ମିଡିଆରେ ଏନଏସଇକୁ ହଟହଟା ହେବାକୁ ପଡିଛି | ଯଦିଓ ପରେ ଏନଏସଇ ଏହାର ଭୁଲକୁ ବୁଝିପାରି ପୋଷ୍ଟକୁ ଡିଲିଟ କରିଦେଇଛି, କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହାର ସ୍କ୍ରିନସଟ ରଖି ସାରିଛନ୍ତି | ଏହି ମାମଲାରେ କୌଣସି ପ୍ରକାରର ହ୍ୟାକିଂ ହୋଇନଥିବାର ଏନଏସଇ ସ୍ୱୀକାର କରିଛି। ବାସ୍ତବରେ ଶନିବାର ଦିନ ଏନଏସଇ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ମୌନି ରାୟଙ୍କ ଏକ ଫଟୋ ସେୟାର କରିଥିଲା । ଏହା ସହିତ ‘ଶନିବାରର ତାପମାତ୍ରା ବଢୁଛି’ ବୋଲି ଲେଖାଯାଇଥିଲା |

photo-one india

ଏହା ପରେ, ମୌନି ରାୟଙ୍କୁ ଟ୍ୟାଗ୍ କରି ଲେଖାଯାଇଥିଲା ଯେ ‘ମୌନି ଅଦ୍ଭୁତ ଦେଖାଯାଉଛନ୍ତି’ | ଏନଏସଇ ର ଏହି ଟ୍ୱିଟ ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ତୁରନ୍ତ ଏହାକୁ ସ୍କ୍ରିନ ସଟ ନେଇ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ | ପରେ, ଏନଏସଇ ର ଟିମ୍ ମଧ୍ୟ ଭୁଲ ବିଷୟରେ ଜାଣିବାକୁ ପାଇଲେ ଏବଂ ଟୁଇଟ୍ ଡିଲିଟ କରିଥିଲେ।

ଏହାକୁ ନେଇ ଏନଏସଇ ଲେଖିଛି ଯେ ଶନିବାର ରାତି ୧୨.୨୫ ରେ, ଆମ ଟୁଇଟର ହ୍ୟାଣ୍ଡେଲରେ ଏକ ଭୁଲ ପୋଷ୍ଟ କରାଯାଇଥିଲା | ଏନଏସଇ ର ଆକାଉଣ୍ଟ ପରିଚାଳନା କରୁଥିବା ଏଜେନ୍ସି ଦ୍ୱାରା ଏହି ଭୁଲ କରାଯାଇଥିଲା | ଏନଏସଇ ସ୍ପଷ୍ଟ କରିଛି ଯେ ଏହା ଏକ ମାନବୀୟ ତ୍ରୁଟି, ଏହାର ହ୍ୟାକିଂ ସହିତ କୌଣସି ସମ୍ପର୍କ ନାହିଁ |

ସମ୍ବନ୍ଧିତ ଖବର