ମୁମ୍ବାଇ: ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ(ଏନ୍‌ଏସ୍‌ଇ) ପକ୍ଷରୁ ଶୁକ୍ରବାର ଏକ ମୋବାଇଲ୍‌ ଆପ୍‌ ଉନ୍ମୋଚନ କରାଯାଇଛି। ଏହାର ନାମ ଏନ୍‌ଏସ୍‌ଇଇଣ୍ଡିଆ ରହିଛି। ଏଥିସହିତ ପୂର୍ବରୁ ୪ଟି ଭା‌ଷାରେ ଏନ୍‌ଏସ୍‌ଇ ୱେବସାଇଟ୍‌ ଉପଲବ୍ଧ ହେଉଥିବାବେଳେ ଏବେ ଏହାକୁ ୧୨ଟି ଭାଷାକୁ ବୃଦ୍ଧି କରାଯାଇଛି। ଯେଉଁ ନୂଆ ୮ଟି ଭାଷାରେ ୱେବସାଇଟ୍ ଆରମ୍ଭ ହୋଇଛି ସେଥିରେ ଓଡ଼ିଆ ରହିଛି। ଏହାବ୍ୟତୀତ ଅନ୍ୟ ଭାଷାଗୁଡ଼ିକ ହେଲା ଅହମିୟା, ବଙ୍ଗଳା, କନ୍ନଡ଼, ମାଲୟାଲମ, ପଞ୍ଜାବୀ, ତାମିଲ ଏବଂ ତେ‌ଲୁଗୁ।

Advertisment

ପୂର୍ବରୁ ଏନ୍‌ଏସ୍‌ଇ ୱେବସାଇଟ୍ ଯେଉଁ ୪ଟି ଭାଷାରେ ଉପଲବ୍ଧ ହେଉଥିଲା ସେଗୁଡ଼ିକ ହେଲା ଇଂରାଜୀ, ହିନ୍ଦୀ, ମରାଠୀ ଏବଂ ଗୁଜରାଟୀ। ଫଳରେ ବର୍ତ୍ତମାନ ଏନ୍‌ଏସ୍‌ଇର ଲେଖା ଓ ସୂଚନାଗୁଡ଼ିକ ୧୨ଟି ଭାଷାରେ ଉପଲବ୍ଧ ହେବ। ଏହାଦ୍ବାରା ଦେଶର ବିଭିନ୍ନ ଅଞ୍ଚଳର ଲୋକେ ସେମାନଙ୍କ ନିଜ ଭାଷାରେ ଷ୍ଟକ୍‌ ମାର୍କେଟକୁ ବୁଝିବାରେ ସକ୍ଷମ ହେବା ସହିତ ଆର୍ଥିକ ବଜାରରେ ଭାଗନେବାରେ ସେମାନଙ୍କ ମଧ୍ୟରେ ଦୃଢ଼ ବିଶ୍ବାସ ସୃଷ୍ଟି ହୋଇପାରିବ। ଏଥିସହିତ ଏନ୍‌ଏସ୍‌ଇ ଆପ୍‌ରେ ଷ୍ଟକ୍‌ ମାର୍କେଟ୍‌ ସଂପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ସୂଚନା ଶୀଘ୍ର ମିଳିପାରିବ।