ଏନଟିପିସିରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଦରମା ମାସିକ ୭୦ ହଜାର

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି)  ୩୫ଟି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।

ତେବେ ଏକଜିକ୍ୟୁଟିଭ (ସେଫଟି)-୨୫, ଏକଜିକ୍ୟୁଟିଭ (ଆଇଟି)-୮, ସିନିୟର ଏକଜିକ୍ୟୁଟିଭ (ସୋଲାର)-୧ ଓ ସ୍ପେସିଆଲିଷ୍ଟ (ସୋଲାର )-୧ ଆଦି ପଦବୀ ପାଇଁ ନିଯୁକ୍ତି ବାହାରିଛି। ଏହି ପଦବୀ ପାଇଁ ଯେଉଁ ପ୍ରାର୍ଥୀମାନେ ମନୋନୀତ ହେବେ ସେମାନେ ତିନି ବର୍ଷ ପାଇଁ ନିଯୁକ୍ତି ପାଇବେ । ପ୍ରାର୍ଥୀଙ୍କୁ ମାସିକ ୭୧,୦୦ ଟଙ୍କା ଦରମା ପ୍ରଦାନ କରାଯିବ। ତେବେ ଏହି ପଦବୀ ପାଇଁ କେବଳ ଭାରତୀୟ ନାଗରିକ ଆବେଦନ କରି ପାରିବେ।

ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନଗୁଡ଼ିକରୁ ଆବଶ୍ୟକୀୟ ଯୋଗ୍ୟତା ଥିବା ଦରକାର, ଯାହା ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏବଂ ଅନୁମୋଦିତ ହୋଇଥିବ।

ଏହି ବିଜ୍ଞପ୍ତି ସମ୍ପର୍କରେ ସବିଶେଷ ତଥ୍ୟ ପାଇବା ପାଇଁ https://ntpccareers.net/main/folders/Archives/advt/Detailed%20advt_English%20NTPC.pdf ଏହି ଲିଙ୍ଗ ଉପରେ କ୍ଲିକ କରନ୍ତୁ।

ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ https://ntpccareers.net/ ଏହି ଲିଙ୍କ ଉପରେ କ୍ଲିକ କରି ଏପ୍ରିଲ ୧୫ ତାରିଖ ଭିତରେ ଆବେଦନ କରି ପାରିବେ। ।

ଜେନେରାଲ୍, ଇଡବ୍ଲୁଏସ୍ କିମ୍ବା ଓବିସି ବର୍ଗର ପ୍ରାର୍ଥୀମାନଙ୍କୁ ୩୦୦ ଟଙ୍କା ପଞ୍ଜୀକରଣ ଫି ଦେବାକୁ ପଡିବ, ଯାହାକି ଫେରସ୍ତ ହେବ ନାହିଁ। ସେହିପରି ଅନ୍ୟ କୌଣସି ବର୍ଗ ଅଧୀନରେ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ କୌଣସି ପଞ୍ଜୀକରଣ ଫି ଦେବାକୁ ପଡିବ ନାହିଁ ।

ସମ୍ବନ୍ଧିତ ଖବର