ଏନ୍‌ଟିପିସି ତାଳଚେର କଣିହାଁର ସିଏସ୍‌ଆର୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଏନ୍‌ଟିପିସି ତାଳଚେର କଣିହାଁ ପ୍ରତିଷ୍ଠା ହେବା ଦିନଠାରୁ କମ୍ପାନି ଏହାର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ଚଳାଇ ଆସିଛି। କାରଖାନା ନିକଟବର୍ତୀ ଗ୍ରାମ ଗୁଡ଼ିକୁ କମ୍ପାନି ପାଇପ୍‌ ଦ୍ୱାରା ପାନୀୟ ଜଳ ଯୋଗାଇ ଆସୁଛି। ରଙ୍ଗବେରଡ଼ା, କାର୍ଦ୍ଦଇ, କଟନୀ ଏବଂ ଗଦାଶୀଳା ଆଦି ଗ୍ରାମଗୁଡ଼ିକର ଲୋକଙ୍କୁ ଆଉ ନଦୀ ଓ ପୋଖରୀ ଉପରେ ପାନୀୟ ଜଳ ପାଇଁ ନିର୍ଭର କରିବାକୁ ପଡ଼ୁନାହିଁ। ଏନ୍‌ଟିପିସି କଣିହାଁ ଦ୍ୱାରା ସ୍ଥାନୀୟ ଅଂଚଳର ଜରାଜୀର୍ଣ୍ଣ ସ୍କୁଲ ଗୁଡ଼ିକର ମରାମତି ଓ ନୂଆ ସ୍କୁଲ ଗୃହ ନିର୍ମାଣ କରାଯାଇଛି। କମ୍ପ୍ୟୁଟର କ୍ଲାସ ଓ ପାଠାଗାର ଆଦି ସୁବିଧା ସ୍କୁଲରେ ସୃଷ୍ଟି କରାଯାଇଛି। ଏଥିସହିତ ରୋଷେଇ ଘର, ସାମୁହିକ କେନ୍ଦ୍ର, ପାଇଖାନା ଓ ସାଇକଲ ଷ୍ଟାଣ୍ଡ ଆଦି ତିଆରି ଯୋଗୁ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିଛି। ଏଥିସହିତ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତିକ୍ଷମ କରିବା ଲାଗି ବିଭିନ୍ନ ପ୍ରକାର ଧନ୍ଦାମୂଳକ ତାଲିମ ମଧ୍ୟ ପ୍ରଦାନ କରାଯାଇଛି। ଏତଦ୍‌ବ୍ୟତୀତ ବିଜୁଳି ଅପହଞ୍ଚ ଇଲାକାର ଲୋକଙ୍କୁ କମ୍ପାନି ସୌରଶକ୍ତି ଯୋଗାଇ ଦେଇ ସେମାନଙ୍କ ବିକାଶରେ ସାମିଲ ହୋଇଛି।

ସମ୍ବନ୍ଧିତ ଖବର