ଏନ୍‌ଟିପିସି ପକ୍ଷରୁ କିଶୋରୀ ସଶକ୍ତିକରଣ କର୍ମଶାଳା

ଭୁବନେଶ୍ୱର: ତାଳଚେର କଣିହାସ୍ଥିତ ତାପଜ ବିଦ୍ୟୁତ କେନ୍ଦ୍ର ଏବଂ ତାଳଚେର ବିଦ୍ୟୁତ୍‌ କେନ୍ଦ୍ର ମିଳିତ ଆନୁକୁଲ୍ୟରେ ଅନୁଗୁଳରେ କନ୍ୟା ସଶକ୍ତିକରଣ ମିଶନ ନାମକ ଏକ ଚାରିଦିନିଆ କର୍ମଶାଳାର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦୁଇଟି ତାପଜ ବିଦ୍ୟୁତକେନ୍ଦ୍ର ସେମାନଙ୍କର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ ଉଦ୍ୟମ ମାଧ୍ୟମରେ କାର୍ଯ୍ୟକାରୀ କରିଛନ୍ତି। ଏହି କର୍ମଶାଳାରେ ବାଳିକାମାନଙ୍କୁ ଆବାସିକ ଭାବେ ୪ ସପ୍ତାହ ଧରି ସଶକ୍ତିିକରଣ ତାଲିମ୍‌ ଦିଆଯାଇଥିଲା।

ତାଲିମ୍‌ କର୍ମଶାଳାରେ ୧୦ରୁ ୧୨ ବର୍ଷ ବୟସର ୨୬ଟି ବିଦ୍ୟାଳୟର ମୋଟ୍‌ ୨୩୭ ଜଣ ଛାତ୍ରୀଙ୍କୁ ନିଆଯାଇଥିଲା। ଏହା ଏକ ଆବାସିକ କାର୍ଯ୍ୟକ୍ରମ ହୋଇଥିବାରୁ ଏନ୍‌ଟିପିସି ବାଳିକାମାନଙ୍କର ରହିବା, ଖାଇବା, ପୋଷାକ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଆବଶ୍ୟକତା ଯୋଗାଇଦେବା ଦାୟିତ୍ୱ ନେଇଥିଲା । ରାଜସ୍ଥାନର ଏକ ବେସରକାରୀ ସଂଗଠନ ବେୟାର ଫୁଟ୍‌ କଲେଜ ଏହି କାର୍ଯ୍ୟକ୍ରମ ପାଇଁ ପାଠ୍ୟକ୍ରମ ଓ ନକ୍ସା ପ୍ରସ୍ତୁତ କରିଥିଲା। କର୍ମଶାଳାରେ ଅଂଶଗ୍ରହଣକାରୀମାନଙ୍କୁ ଯୋଗ, ବିଭିନ୍ନ ବିଷୟରେ ଶିକ୍ଷା, ନାଚ, ଖେଳକୁଦ ଓ କଳା ଆଦି ସମ୍ପର୍କରେ ତାଲିମ ଦିଆଯାଇଥିଲା।

ସମ୍ବନ୍ଧିତ ଖବର